ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି

ତୁରନ୍ତ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

କୋଲକାତା: ପଶ୍ଚିମବଙ୍ଗରେ ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା କରିବା ନେଇ ବିଜେପି ନଛୋଡ଼ବନ୍ଧା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରଥଯାତ୍ରା ଉପରେ କୋଲକାତା ହାଇକୋର୍ଟର ଡିଭିଜନାଲ୍‌ ବେଞ୍ଚ୍ ରହିତାଦେଶ ଜାରି କରିବା ପରେ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦଳ।

ଆଜି ବିଜେପି ପକ୍ଷରୁ କୋଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ତେବେ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ମନା କରିଦେଇଛନ୍ତି।

ରେଜିଷ୍ଟ୍ରାର ମନା କରିବା ପରେ ପଶ୍ଚିମବଙ୍ଗର ବସିରହାଟରେ ବିଜେପି କର୍ମୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶହ ଶହ ବିଜେପି ସମର୍ଥକ ରାସ୍ତାକୁ ଆସି ରାଜ୍ୟ ସରକାରଙ୍କ ବିରୋଧରେ ନାରା ଲଗାଇବା ସହ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲାଠିଚାର୍ଜ କରିବା ସହ ପାଣି ମାଡ଼ କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଛି।

ପ୍ରକାଶ ଥାଉକି, ରାଜ୍ୟର ୩ଟି ସ୍ଥାନରେ ରଥଯାତ୍ରା କରିବା ଲାଗି ବିଜେପି ଯୋଜନା କରିଛି। ବିଜେପିର ରଥଯାତ୍ରା ରାଜ୍ୟରେ ସାଂପ୍ରଦାୟିକ ଅଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ରାଜ୍ୟ ସରକାର ଏହାକୁ ଅନୁମତି ଦେଇନଥିଲେ। ଏନେଇ ବିଜେପି କୋଲକାତା ହାଇକୋର୍ଟ ଯାଇଥିଲା।

 

You might also like