ବିଶାଖାପାଟଣା: କରୋନା ମହାମାରୀ ଭିତରେ ଦ୍ୱାଦଶ ପରୀକ୍ଷା କରାଉଥିବାରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ସହ ଚେତାବନୀ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯଦି ଜଣକର ମଧ୍ୟ ମୃତ୍ୟୁ ହୁଏ, ସେଥିପାଇଁ ଆନ୍ଧ୍ର ସରକାର ଦାୟୀ ରହିବେ। ଏପରିକି ସେହି ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆମେ ନିର୍ଦ୍ଦେଶ ଦେବାକୁ ପଛ ଘୁଞ୍ଚା ଦେବୁନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟ ରାଜ୍ୟର ବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ କରିଥିବା ବେଳେ ଆନ୍ଧ୍ର କାହିଁକି କରିନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି। ଡେଲ୍‌ଟା ସୁପ୍ରିମକୋର୍ଟ କହିଛନ୍ତି, ଭାରିଆଣ୍ଟ ଆସିଲାଣି କାହାର କେତେବେଳେ କ’ଣ ହେବ କିଛି କହିବା ମୁସ୍କିଲ। ଏହା ସମସ୍ତଙ୍କ ସ୍ୱାସ୍ଥ୍ୟର କଥା। ଏଭଳି କଠିନ ପରିସ୍ଥିତିରେ ପରୀକ୍ଷା କରିବାକୁ କିଏ ନିଷ୍ପତ୍ତି ନେଲା, କେଉଁ ଆଧାରରେ ଏହି ନିଷ୍ପତ୍ତି ନିଆଗଲା ତାହା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଆନ୍ଧ୍ରର ପରୀକ୍ଷା ପରିଚାଳନାର ବ୍ୟବସ୍ଥାରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ।

CBSE ସହିତ ୨୧ଟି ରାଜ୍ୟ ଦ୍ୱାଦଶ ପରୀକ୍ଷା ବାତିଲ କରିଥିବା ବେଳେ ଆନ୍ଧ୍ର ପରୀକ୍ଷା କରାଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Other Stories