ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଭବନ ପାଖରେ ନୂଆ କୋଠା ବା ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ପୁରୁଣା ସଂସଦ ଭବନର ନବୀକରଣ ନେଇ ମାମଲା ବିଚାରାଧିନ ଥିବାବେଳେ ନୂଆ କୋଠା ନିର୍ମାଣ ପ୍ରସ୍ତାବ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି ।

ଏହାସହ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ନ କରିବା ଲାଗି ସରକାର ଦୃଢ଼ ଜବାବ ଦିଅନ୍ତୁ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏନେଇ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ସରକାର ନୂଆ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିପାରନ୍ତି । ହେଲେ ନିର୍ମାଣ କରିପାରିବେ ନାହିଁ ବୋଲି ଜବାବ ରଖନ୍ତୁ । ତେବେ ବର୍ତ୍ତମାନ ପାଇଁ ସେଣ୍ଟ୍ରାଲ ଭିଷ୍ଟା ସ୍ଥାନରେ କୌଣସି ଗଛ କଟା ହୋଇପାରିବ ନାହିଁ ଓ ନିର୍ମାଣ କାର୍ଯ୍ୟ ହେବ ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ କରିବାକୁ କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ କୋର୍ଟ ତାଙ୍କ ରାୟ ନ ଶୁଣାଇବା ଯାଏ ସେଣ୍ଟ୍ରାଲ ଭିଷ୍ଟା ସଂପର୍କିତ କୌଣସି ନିର୍ମାଣ କାର୍ଯ୍ୟ ହେବ ନାହିଁ ବୋଲି ତୁଷାର ମେହେଟା କୋର୍ଟଙ୍କୁ ଜଣାଇଛନ୍ତି। ତେବେ ଡିସେମ୍ବର ୫ରେ ଲୋକସଭା ବାଚସ୍ପିତ ଓମ୍ ବିର୍ଲା ସେଣ୍ଟ୍ରାଲ ଭିଷ୍ଟାର ଢାଞ୍ଚାର ଲୋକାର୍ପଣ କରିଥିଲେ। ଏହାସହ ୧୦ ତାରିଖରେ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ପ୍ରସ୍ତାବିତ ନୂତନ ସଂସଦ ଭବନ ପୁରାତନ ସଂସଦ ଭବନ କୋଠା ଠାରୁ ୧୭ ହଜାର ବର୍ଗ ମିଟର ବଡ଼ ହେବ। ୯୭୧ କୋଟି ଟଙ୍କା ବ୍ୟୟରେ ୬୪ ହଜାର ୫୦୦ ବର୍ଗ ମିଟର ଅଞ୍ଚଳରେ ଏହା ର୍ନିମାଣ ହେ॥

You might also like