ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ ହେବା ନେଇ ସୁପ୍ରିମକୋର୍ଟରେ ପିଟିସନ୍‌, ଓଡ଼ିଶା ସମେତ ୪ ରାଜ୍ୟକୁ ନୋଟିସ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନ ହେବା ନେଇ ସୁପ୍ରିମକୋର୍ଟରେ ପିଟିସନ୍‌। ଏହି ଯୋଜନା ଓଡ଼ିଶା ସମେତ ୪ଟି ରାଜ୍ୟରେ ଲାଗୁ ହୋଇନଥିବାରୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି ପି. ଶେଖର ରାଓ ନାମକ ଜଣେ ବ୍ୟକ୍ତି।

ଅନ୍ୟପକ୍ଷରେ, ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ୪ ରାଜ୍ୟ- ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହାସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମାମଲା ପରିଚାଳନା କରୁଥିବା ଆଇନଜୀବୀ ହିତେନ୍ଦ୍ର ରଥ ସୂଚନା ଦେଇଛନ୍ତି। 

You might also like