ନୌସେନାରେ ମହିଳା ଅଫିସରଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ନୌସେନାରେ ନିଯୁକ୍ତ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନୌସେନାରେ ପୁରୁଷ ଅଫିସରଙ୍କ ପରି ମହିଳା ଅଫିସରଙ୍କୁ ମିଳିବ ସମାନ ଅଧିକାର। ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି।

କମାଣ୍ଡ ପୋଷ୍ଟିଂରୁ ବି ବଞ୍ଚିତ ହେବେନି ଯୋଗ୍ୟ ମହିଳା ଅଧିକାରୀ। ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ସଂକ୍ରାନ୍ତ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏନେଇ କେନ୍ଦ୍ରକୁ ଅବଗତ କରାଯାଇଛି।

ମହିଳା ଓ ପୁରୁଷ ଭିତ୍ତିରେ ନୁହେଁ, ବରଂ ଅଧିକାରୀଙ୍କ ଯୋଗ୍ୟତା ଆଧାରରେ ଏନେଇ ନିଷ୍ପତ୍ତି ନିଆଯାଉ। ଏହାଛଡ଼ା ନୌସେନାରେ ସ୍ଥାୟୀ କମିଶନଙ୍କ SSC ସମୟ ସୀମା ୧୦ ବର୍ଷରୁ ବଢ଼ାଇ ୧୪ ବର୍ଷକୁ କରାଯାଇଛି।

ଗତ ଫ୍ରେବୃଆରୀ ମାସରେ ନିମ୍ନ କୋର୍ଟ ଏହାକୁ ମଞ୍ଜୁରୀ ଦେଇଥିଲେ ଯାହାକୁ ସବୋର୍ଚ୍ଚ ଅଦାଲତ ବଜାୟ ରଖିଛନ୍ତି। ଏହାପୂର୍ବରୁ ଭାରତୀୟ ସେନାରେ ବି ମହିଳା ସ୍ଥାୟୀ କମିଶନ୍ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ସମ୍ମତି ମିଳିଛି।

You might also like