ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ବାବ୍ରୀ ମସଜିଦ୍ ଢାଞ୍ଚା ଭଙ୍ଗା ଘଟଣାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୯ ମାସ ମଧ୍ୟରେ ମାମଲାର ଶୁଣାଣି କରି ରାୟ ଦେବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହ ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ଏସ୍.କେ. ଯାଦବଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରିଛନ୍ତି।

ଆସନ୍ତା ସେପ୍ଟେମ୍ବର ୩୦ରେ ଜଷ୍ଟିସ୍ ଯାଦବ ଅବସର ନେଇଥାନ୍ତି।  ଏହା ପୂର୍ବରୁ କିନ୍ତୁ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇବା ନିର୍ଦ୍ଦେଶ ଦେବା ସହ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଶେଷ ଶୁଣାଣି ବେଳେ ଜଷ୍ଟିସ୍ ଯାଦବ କହିଥିଲେ ଯେ, ମାମଲାର ଚୂଡ଼ାନ୍ତ ରାୟ ଣୁଣାଇବ ପାଇଁ ଅନ୍ୟୁନ ୬ ମାସ ସମୟ ଲାଗିବ। ଆଉ ଏହା ପରେ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଜବାବ ମାଗିଥିଲେ।

ବିବାଦୀୟ ଢାଞ୍ଚା ଭଙ୍ଗା ଯିବା ମାମଲାରେ ଲକ୍ଷ୍ନୌର ଏକ କୋର୍ଟ ବିଜେପିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡ୍‌ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ, ବିନୟ କଟିଆରଙ୍କ ଭଳି ବଡ଼ ଚେହେରାଙ୍କ ବିରୋଧରେ ମାମଲା ଚାଲୁଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଇଣ୍ଡିଆ

ଧାରା ୩୭୦ ଉଚ୍ଛେଦ; ଭାରତକୁ ଘେରିବାକୁ ପାକିସ୍ତାନର ପୁଣି ନୂଆ ପ୍ଲାନ୍

ଚିଦାମ୍ବରମଙ୍କ ସପକ୍ଷରେ ଏମିତି କହିଲେ ରାହୁଲ୍‌ ଗାନ୍ଧି

ସିନିୟରଙ୍କ ରାଗିଂ; ୧୫୦ରୁ ଅଧିକ ଜୁନିଅର ଛାତ୍ର ଲଣ୍ଡା ହୋଇ କଲେଜ ପରିକ୍ରମା କଲେ

ପ୍ରିୟଙ୍କା ଚୋପ୍ରାଙ୍କୁ ହଟାଇବାକୁ ପାକିସ୍ତାନର ପ୍ରୟାସ

ପୁଣି ଥରେ ଲୋକହସା ହେଲା ପାକିସ୍ତାନ; ଏଥର ଫ୍ରାନ୍ସ ଫେରାଇଦେଲା

ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନରେ ଏକ ବଙ୍ଗଳା କିଣିଥିଲେ ଚିଦାମ୍ବରମ୍

ପିଲାଦିନ ଫଟୋ ଶେୟାର କରି ତାପସୀ ଶୁଣିଲେ ଏମିତି କମେଣ୍ଟ

ଅଭିନନ୍ଦନଙ୍କୁ ଗିରଫ କରି ନିର୍ଯାତନା ଦେଇଥିବା ପାକ୍‌ ସୁବେଦାର ନିହତ

ରାସ୍ତା ମଝିରେ ଡ୍ରାଇଭର ଓ ସହାୟକଙ୍କୁ ଗାଡ଼ିରୁ ଓହ୍ଲାଇ ପଳାଇଗଲେ ଚିଦାମ୍ବରମ

ଏମିତି ବଦଳି ଯାଏ ସମୟ: ସେଦିନ ଅମିତ ଶାହ ଗିରଫ ବେଳେ ଗୃହମନ୍ତ୍ରୀ ଥିଲେ ଚିଦାମ୍ବରମ ଆଉ ଆଜି…

ଆପଲ୍‌ କମ୍ପାନୀ ସିଇଓଙ୍କ ଟ୍ୱିଟରରେ ଭାରତୀୟ ଫଟୋଗ୍ରାଫରଙ୍କ ଫଟୋ, ଦେଲା କିଛି ନୂଆ କାହାଣୀ…

You might also like