କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ ସୁବିଧା, ରାୟ ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ ଲ୍ୟାବ୍‌ରେ କେବଳ ଗରିବଙ୍କୁ ମିଳିବ ମାଗଣା କରୋନା ଟେଷ୍ଟ୍ ସୁବିଧା। ଯେଉଁମାନଙ୍କର ଟେଷ୍ଟ ପାଇଁ ସାଢ଼େ ୪ ହଜାର ଟଙ୍କା ଦେବାର ସାମର୍ଥ୍ୟ ନାହିଁ, ସେମାନଙ୍କୁ ଘରୋଇ ଲ୍ୟାବ୍‌ରେ ପରୀକ୍ଷା କରାଇବା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବନି।

ଆୟୁଷ୍ମାନ ଭାରତ ଯୋଜନାର ହିତାଧିକାରୀ ମାଗଣା ଟେଷ୍ଟ ସୁବିଧା ପାଇବେ। ସୁପ୍ରିମକୋର୍ଟ ନିଜ ପୂର୍ବ ନିର୍ଦ୍ଦେଶକୁ ସଂଶୋଧନ କରି ଆଜି ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ କୋର୍ଟ ପୂର୍ବରୁ ସମସ୍ତଙ୍କୁ ଘରୋଇ ଲ୍ୟାବରେ ମାଗଣା କରୋନା ଟେଷ୍ଟ୍ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହା ଦ୍ୱାରା ସରକାରଙ୍କ ଉଦ୍ଦେଶ୍ୟ ସାଧନ ହେବ ନାହିଁ ବୋଲି ଆଇସିଏମ୍ଆର୍ ପକ୍ଷରୁ କୁହାଯିବା ପରେ, ସୁପ୍ରିମକୋର୍ଟ ନିଜ ରାୟକୁ ସଂଶୋଧନ କରିଛନ୍ତି। ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ସହ ଶ୍ରମଜୀବୀ ଓ ଡିବିଟି ହିତାଧିକାରୀଙ୍କ ଭଳି ଆଉ କେଉଁ କେଉଁ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଏହି ସୁବିଧା ଦିଆଯିବା ଉଚିତ ତାହା ସରକାର ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

You might also like