ଜମ୍ମୁକାଶ୍ମୀରରେ କଟକଣା ଉଚ୍ଛେଦକୁ ନେଇ ରୁଲିଂ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ ହେଁ କଟକଣା ଉଚ୍ଛେଦ ସମ୍ପର୍କରେ କୌଣସି ରୁଲିଂ ଦେଇ ନାହାନ୍ତି। ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରିବା ଯାଏ ସମସ୍ତେ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି। ତରବରିଆ ଭାବେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ଏଥିସହ ମାମଲା ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡ ଲାଇନ୍‌ ଉପରେ କଟକଣା ଲାଗୁ ହୋଇଛି। ଏଥିସହ ବକ୍ରି ଇଦ୍‌ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଏହାକୁ ତୁରନ୍ତ ଉଚ୍ଛେଦ କରିବାକୁ କଂଗ୍ରେସ ନେତାଙ୍କ ସମେତ ଏକାଧିକ ରାଜନୀତିକ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ଆଜି ଏହାର ଶୁଣାଣି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେପୁଗୋପାଲ ନିଜର ପକ୍ଷ ରଖି କହିଥିଲେ ଯେ “୨୦୧୬ ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁ ପରେ କଶ୍ମୀରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୩ ମାସ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।  ଏବେ ପୁଣିଥରେ ସମାନ ସ୍ଥିତି ଜମ୍ମୁ-କଶ୍ମୀରରେ ସୃଷ୍ଟି ହେଉ ବୋଲି ଆମେ ଚାହୁଁନାହୁଁ। ଜମ୍ମୁ-କଶ୍ମୀରରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଆଉ କିଛି ଦିନ ମଧ୍ୟରେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇଯିବ। ଏଥିପାଇଁ ସମୟ ଦରକାର। କେନ୍ଦ୍ର ସରକାର ଦୈନନ୍ଦିନ କଶ୍ମୀର ସ୍ଥିତିର ସମୀକ୍ଷା କରୁଛନ୍ତି। ଏବେ ସବୁକିଛି ନିୟନ୍ତ୍ରଣାଧୀନ ରହିଛି।”

You might also like