ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ: ସୁପ୍ରିମକୋର୍ଟ ଦେଲେ ରେଡ୍ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ। ରାଫେଲ ଜେଟ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ରେଡ୍ ସିଗ୍‌ନାଲ୍‌ ଦେଇଛନ୍ତି। କୋର୍ଟଙ୍କ ରାୟକୁ ରାହୁଲ କଦର୍ଥ କରିଥିବା ନେଇ ସୁପ୍ରିମକୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଜେପି ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଦେଇଛନ୍ତି।

ଏଥିରେ ନିଜ ପକ୍ଷ ରଖିବା ଲାଗି ରାହୁଲଙ୍କୁ ୭ ଦିନ ସମୟ ଦିଆଯାଇଛି। କୋର୍ଟଙ୍କ ରାୟକୁ ଆଧାର କରି ରାହୁଲ ଗଣମାଧ୍ୟମ ଏବଂ ସର୍ବସାଧାରଣରେ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଆଦୌ ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କେବେବି ଏଭଳି ମନ୍ତବ୍ୟ ଦେଇନଥିବା ସ୍ପଷ୍ଟ କରିଛନ୍ତି।

ରାଫେଲ ଡିଲ୍ ସମ୍ପର୍କିତ ଚୋରି ତଥ୍ୟକୁ ପ୍ରମାଣ ହିସାବରେ ଗ୍ରହଣ କରାଯାଇପାରିବ ନା ନାହିଁ କୋର୍ଟ କେବଳ ତା ଉପରେ ମନ୍ତବ୍ୟ ଦେଇଥିବା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ରାଫେଲ ଡିଲ୍‌କୁ ନେଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଚୌକିଦାର ଚୋର୍‌ ହେ ନାରା ଦେଉଥିବା ବେଳେ କୋର୍ଟ ମଧ୍ୟ ନିଜ ରାୟରେ ସମାନ ମନ୍ତବ୍ୟ ଦେଇଥିବା ରାହୁଲ କହିଥିଲେ। ତେବେ ବିଜେପି ଏଥିରେ କଡ଼ା ଆପତ୍ତି କରିବା ସହ ରାହୁଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା।

ଆହୁରି ପଢ଼ନ୍ତୁ

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ମୁମ୍ବାଇରେ ୪ ମହଲା କୋଠା ଭୁଶୁଡ଼ି ୧୨ ମୃତ, ଏବେବି ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା

ଶେଷରେ ଭାରତ ପାଇଁ ଆକାଶ ମାର୍ଗ ଖୋଲିଲା ପାକିସ୍ତାନ

ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ଆରମ୍ଭ

କଂଗ୍ରେସର ସସ୍‌ପେଣ୍ଡ ବିଧାୟକ ରୋଶନ ବିମାନବନ୍ଦରରେ ଅଟକ

ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ତାଲିକା ମାଗିଲେ ମୋଦି

ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା, ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଫସିଥିବା ଆଶଙ୍କା

ରାସ୍ତାରେ ଜଳିଗଲା ଯାତ୍ରୀବାହୀ ବସ୍

ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି

ବନ୍ୟାରେ ଉବୁଟୁବୁ ଆସାମ, ୧୧ ମୃତ

ଆସାମରେ ବନ୍ୟା ଯୋଗୁ ୧୫ ଲକ୍ଷ ଲୋକ ପ୍ରଭାବିତ

କର୍ଣ୍ଣାଟକ ରାଜନୀତି: ଗୁରୁବାର ହେବ ଆସ୍ଥା ଭୋଟ

You might also like