ଅଯୋଧ୍ୟା ଜମି ବିବାଦ ମାମଲା: ମଧ୍ୟସ୍ଥିଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା କରୁଥିବା କମିଟିକୁ ଆଜି ସୁପ୍ରିମକୋର୍ଟ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୧୮ ତାରିଖ ସୁଦ୍ଧା ମଧ୍ୟସ୍ଥି କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଏହାପରେ ୨୫ ଜୁଲାଇରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ୧୮ ତାରିଖରେ ଦାଖଲ ହେବାକୁ ଥିବା ମଧ୍ୟସ୍ଥି କମିଟିର ରିପୋର୍ଟ ଯଦି  ସନ୍ତୋଷଜନକ ନ ହୁଏ, ତାହେଲେ ସୁପ୍ରିମକୋର୍ଟ ୨୫ ତାରିଖରୁ ମାମଲାର ଦୈନିକ ଶୁଣାଣି କରିବେ।

ଆବେଦନକାରୀ ଦର୍ଶାଇଥିଲେ ଯେ ଦେଶର ସର୍ବପୁରାତନ ମାମଲାର ଏଯାଏ ସମାଧାନ ହୋଇପାରୁନି। ତେଣୁ ମଧ୍ୟସ୍ଥି କମିଟିର ରିପୋର୍ଟକୁ ଅପେକ୍ଷା କରିବା ବଦଳରେ ସୁପ୍ରିମକୋର୍ଟ ନିଜେ ମାମଲାର ଶୁଣାଣି କରିବା ଠିକ୍ ହେବ ବୋଲି ଆବେଦନକାରୀ ଗୋପାଲ ସିଂହ ବିଶାରଦ ଦର୍ଶାଇଥିଲେ।

ସେହିପରି ଅନ୍ୟ ଜଣେ ଆବଦେନକାରୀ ,ଯିଏକି ରାମ ଜନ୍ମଭୂମି ବିବାଦରେ ଅନ୍ୟତମ ପକ୍ଷ, କହିଥିଲେ ମାର୍ଚ୍ଚ ୮ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏଫଏମ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ ହୋଇଥିଲେ ସୁଦ୍ଧା ଏଯାଏ ମାମଲାର ସମାଧାନ ହୋଇପାରିନି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏଥିରେ ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷ ମଧ୍ୟ ରହିଛନ୍ତି।

ଆହୁରି ପଢ଼ନ୍ତୁ

କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ସଜ ହେଉଛି ବିଜେପି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

ସରିଲା ସ୍ୱାମୀ ସରକାର

ଅଫିସରେ ମୋଦିଙ୍କ ସହ ଏଇ ଛୋଟ ଛୁଆ କିଏ ?

ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କଶ୍ମୀର ବିବାଦର ସମାଧାନ ଚାହୁଁଛନ୍ତି ଇମ୍ରାନ

ଲୋକସଭାରେ ପାରିତ ହେଲା ସୂଚନା ଅଧିକାର ଆଇନ ୨୦୧୯

ଜହ୍ନକୁ ଯାଇ କ’ଣ ଖୋଜିବ ଚନ୍ଦ୍ରଯାନ-୨

ସାମ୍ନାକୁ ଆସିଲା ବଡ଼ ଖୁଲାସା: ଧାରା ୩୭୭ ବିରୋଧରେ ଲଢ଼ୁଥିବା ଓକିଲ ମହିଳା ଦମ୍ପତି

ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

କଶ୍ମୀର ମାମଲାରେ ଟ୍ରମ୍ପଙ୍କ ବୟାନକୁ ଭାରତର ଖଣ୍ଡନ

କମିଛି ମୌସୁମୀ ବର୍ଷା; ଓଡ଼ିଶାରେ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ବର୍ଷା

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

You might also like