ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଲାଗି ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ ଗାଲା ଇଭେଣ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେଉଁଭଳି ବେଶ ପକାଇଥିଲେ, ସେଥିରେ ବିଜେପି ନେତ୍ରୀ ଜଣଙ୍କ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଟିଏମସି କର୍ମୀମାନେ ବିକ୍ଷୋଭ କରିବା ସହ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ୍‌ ପ୍ରିୟଙ୍କା ଶର୍ମାଙ୍କୁ ମେ’ ୧୦ରେ ଗିରଫ କରିଥିଲା। ଏହାପରେ ହାୱାଡ଼ା କୋର୍ଟ ପ୍ରିୟଙ୍କାକୁ ୧୪ ଦିନ ଯାଏ ପୁଲିସ୍‌ ରିମାଣ୍ଡରେ ପଠାଇଥିଲେ। କିନ୍ତୁ ପ୍ରିୟଙ୍କା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ପ୍ରିୟଙ୍କାଙ୍କ ଜାମିନ୍‌ ଆବେଦନର ଶୁଣାଣି କରି କହିଛନ୍ତି, “ଆମେ ଜାମିନ୍‌ ଦେବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଜାମିନ୍‌ ପାଇଁ ବିଜେପି ନେତ୍ରୀ ଜଣଙ୍କ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଦରକାର। ଏଭଳି ବିକୃତ ପୋଷ୍ଟ କରିବା ଦ୍ୱାରା ଜଣଙ୍କ ଆତ୍ମସମ୍ମାନ ଆଘାତ ପାଇଛି। ତେଣୁ ଆମେ ପ୍ରିୟଙ୍କା ଶର୍ମାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଉଛୁ।”

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like