ବାହାଘର କାର୍ଡରେ CAA ସଚେତନତା, ଯୁବକ କହିଲେ…

ଭୋପାଳ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ସମର୍ଥନ ଓ ସଚେତନତା ନେଇ ମଧ୍ୟପ୍ରଦେଶର ଜଣେ ଯୁବକ ନିଜ ବିବାହ କାର୍ଡରେ ‘I Support CAA’ ଲେଖିଛନ୍ତ।। ଏହି ବାହାଘର କାର୍ଡକୁ ନେଇ ଏବେ ସହରରେ ବେଶ ଚର୍ଚ୍ଚା।  ଲୋକମାନେ ସିଏଏକୁ ଭଲ ଭାବରେ ଜାଣନ୍ତୁ ଏବଂ ବୁଝନ୍ତୁ ବୋଲି ଯୁବକ ଜଣକ ଚାହୁଁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ଏପରି  ଅଭିନବ ପ୍ରୟାସ କରିଥିବା କହିଛନ୍ତି।

ଯୁବକ ଜଣକ ହେଲେ ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର ବାସିନ୍ଦା ପ୍ରଭାତ । ଆଜି ତାଙ୍କ ବିବାହ ହେଉଥବା ଜଣାପଡ଼ିଛି।

ଖାଲି ପ୍ରଭାତ ନୁହେଁ, ଉତ୍ତରପ୍ରଦେଶର ମୋହିତ ମିଶ୍ରା-ସୋନମ ପାଠକ  ଫେବୃଆରୀ ୩ରେ ବିବାହ କରିବାକୁ ଯାଉଛନ୍ତି। ଉଭୟେ ସିଏଏକୁ ସମର୍ଥନ କରନ୍ତି।  ସେମାନେ ମଧ୍ୟ ତାଙ୍କ ବିବାହ କାର୍ଡରେ ବଡ଼ ବଡ଼ ଅକ୍ଷରେ ‘ଆମେ ସିଏଏ ଓ ଏନ୍‌ଆର୍‌ସିକୁ ସମର୍ଥନ କରୁ’ ବୋଲି ଲେଖିଛନ୍ତି। ପୂରା ସହରରେ ତାଙ୍କ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସିଏଏକୁ ଦେଶର ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି।
You might also like