ଆଗାମୀ ସମୟରେ ରୋଜଗାର କରିପାରିବେ ଟ୍ୱିଟର ୟୁଜର

ଖୁବ ଶୀଘ୍ର ଆସୁଛି Super Follows ଫିଚର୍

ୟୁଟ୍ୟୁବ, ଫେସବୁକ୍ ପରି ଟ୍ୱିଟରରେ ମଧ୍ୟ ରୋଜଗାର କରିପାରିବେ ୟୁଜର । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଖୁବ ଶୀଘ୍ର ନୂଆ ଫିଚର ଯୋଡ଼ି ହେବାପାଇଁ ଯାଉଛି । ଏହି ଫିଚର ଦ୍ୱାରା ଟ୍ୱିଟରରେ ୟୁଜରଙ୍କ ପ୍ରୋଫାଇଲ ସାମ୍ନାରେ ସୁପର ଫଲୋ ବଟନର ଅପ୍ସନ ଦିଆଯିବ । ଟ୍ୱିଟରରେ ସୁପର ଫଲୋ ବଟନକୁ ବ୍ୟବହାର କରି ୟୁଜର୍ସ ଟଙ୍କା ଆୟ କରିପାରିବେ । 9To5Macର ଗବେଷକ Jane Manchun Wongଙ୍କ ଦ୍ୱାରା ଏହି ନୂଆ ଫିଚରକୁ ଡେଭଲପ୍ କରାଯାଇଛି । ରିପୋର୍ଟ ଅନୁସାରେ ଏହି ଫିଚର Jane Manchun Wongଙ୍କ ପ୍ରୋଫାଇଲରେ ଦେଖିବାକୁ ମିଳୁଛି । ଗତ ସପ୍ତାହରେ ପ୍ରୋଫାଇଲ୍ ପେଜ୍ ଓ ବ୍ୟକ୍ତିଙ୍କ ପାଇଁ କିଛି ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଥିଲା ।

ଏବେ ଆସିଥିବା ରିପୋର୍ଟ ଅନୁସାରେ ସୁପର ଫଲୋ ବଟନ୍ ଦୁଇଟି ଡିଜାଇନରେ ଆସିବାର ସମ୍ଭାବନା ରହିଛି । ଏଥିରେ ଛୋଟ ସର୍କୁଲାର କିମ୍ବା ବଡ଼ ସର୍କୁଲାର ବଟନ ପ୍ରସ୍ତୁତ କରାଯାଇପାରେ । Twitter Tip Jar ରେ ମଧ୍ୟ ଏହା କାମ କରିବ । ଏହାକୁ କ୍ୟାସ ବଟନ୍ କୁହାଯାଉଛି । ଟିପ୍ ଜାର ଫିଚର ଆକ୍ଟିଭେଟ୍ କରିବା ଦ୍ୱାରା ଆଇକନ୍ ୟୁଜର ପ୍ରୋଫାଇଲ ପେଜର ଫଲୋ ବଟନ ପାଖରେ ଏହା ଦେଖିବାକୁ ମିଳିବ ।

ଏହି ଆଇକନରେ କ୍ଲିକ କରିବା ପରେ ପେମେଣ୍ଟ୍ ସର୍ଭିସ୍ ଏବଂ ପ୍ଲାଟଫର୍ମ, ଯେଉଁଥିରେ ଆକାଉଣ୍ଟ୍ ଏନାବୁଲ୍ କରାଯାଇଥିବ ତାହା ଓପନ୍ ହୋଇଯିବ । ଟ୍ୱିଟର ଅନୁସାରେ ଆପଣ ଇଚ୍ଛା ଅନୁସାରେ ପେମେଣ୍ଟ୍ ସର୍ଭିସ୍ ସିଲେକ୍ଟ କରିପାରିବେ । ଏହାପରେ ଆପଣଙ୍କ ଟ୍ୱିଟରରୁ ସେହି ସିଲେକ୍ଟଡ଼େ ଆପକୁ ପଠାଇ ଦିଆଯିବ । ପେମେଣ୍ଟ ଆପରେ ଆପଣ ନିଜର ସପୋର୍ଟ ଦେଖାଇପାରିବେ । ଯେ କୌଣସି ଆମାଉଣ୍ଟ  ପଠାଇ ପାରିବେ ।

ଆଉ ଏକ ରିପୋର୍ଟ ଅନୁସାରେ ଟ୍ୱିଟର ନିଜର ନୂଆ ଫିଚର ସ୍ଥାନକୁ ମୋନିଟାଇଜ୍ କରିବା ପାଇଁ ଯାଉଛି । ଏଥିପାଇଁ Twitter Ticketed Spaces ଫିଚର ଲଂଚ କରିପାରେ । Twitter Ticketed Spaces ଫିଚର ଦ୍ୱାରା ହୋଷ୍ଟ ପେଡ୍ ଲାଇଭ ଅଡିଓ ରୁମ ହୋଷ୍ଟ କରିହେବ । The Verge ରିପୋର୍ଟ  ଅନୁସାରେ ପ୍ରଥମେ ଏକ ଛୋଟ ଗ୍ରୁପରେ ଏହି ଫିଚରର ପରୀକ୍ଷଣ କରାଯିବ । ଆଉ ତା’ପରେ ଆଗାମୀ ସମୟରେ ସମସ୍ତଙ୍କ ପାଇଁ ନୂଆ ଫିଚର ଜାରି କରାଯିବ । ଏହି ଫିଚରର ବ୍ୟବହାର ପାଇଁ ୟୁଜରଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ବୟସ ହୋଇଥିବା ସହ ୧୦୦୦ ଫଲୋୟର୍ସ ଥିବା ଆବଶ୍ୟକ ।

You might also like