ସୂର୍ଯ୍ୟ କିରଣରେ ମହାମାରୀ କରୋନା ଶୀଘ୍ର ଧ୍ୱଂସ ହୋଇଯିବ କି ?

ୱାଶିଂଟନ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ।

ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। ଏସବୁ ଭିତରେ ଆମେରିକା ବୈଜ୍ଞାନିକମାନେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ସୂର୍ଯ୍ୟ କିରଣରେ କରୋନା ଭାଇରସ ଶୀଘ୍ର ଧ୍ୱଂସ ହୋଇଯାଏ।

ଯଦିଓ ଏହି ପରୀକ୍ଷାର ରିପୋର୍ଟ ଏବେ ସାର୍ବଜନୀନ ହୋଇନାହିଁ କିନ୍ତୁ ଏନେଇ ଆମେରିକା ପକ୍ଷରୁ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ବିଭାଗର ସାଇନ୍ସ ଓ ଟେକ୍ନୋଲଜି ପରାମର୍ଶଦାତା ୱିଲିୟମ ବ୍ରାଏନ କହିଛନ୍ତି, “ସରକାରୀ ବୈଜ୍ଞନିକମାନେ ମହାମାରୀ କରୋନା ଭାଇରସ ଉପରେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ସୂର୍ଯ୍ୟ କିରଣ ହିଁ ଭାଇରସକୁ ମାରି ଦେଇଥାଏ ଉଭୟ ସରଫେସ ଓ ବାୟୁମଣ୍ଡଳରେ। ଯେଉଁସବୁ ଅଞ୍ଚଳରେ ଅତ୍ୟଧିକ ତାପମାତ୍ର ଓ ଗୁଳୁଗୁଳି ଅନୁଭତ ହୋଇଥାଏ, ସେଠାରେ ଭାଇରସ ସଂକ୍ରମଣର ଆଶଙ୍କା ବହୁତ କମ।”

କରୋନା ଭାଇରସ ଆଗକୁ ବଢ଼ିବା ପାଇଁ ଏହି ସବୁ ଅଞ୍ଚଳରେ ଆଦୌ ଉପଯୁକ୍ତ ପରିବେଶ ପାଇ ନଥାଏ। ଏବିଷୟରେ ବୈଜ୍ଞନିକମାନେ ଆହୁରି ତର୍ଜମା କରୁଛନ୍ତି ବୋଲି ବ୍ରାଏନ କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like