ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କଲେ ସୁନୀଲ ଅରୋରା
ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅାଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଅରୋରା। ଓମ୍ ପ୍ରକାଶ ରାଓ୍ୱତଙ୍କ ସ୍ଥାନ ନେଇଛନ୍ତି ସୁନୀଲ ଅରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସିଇସି ଭାବେ ନିଯୁକ୍ତି ପାଇଥିବା ସୁନୀଲ ପୂର୍ବରୁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି।
୧୯୮୦ମସିହା ରାଜସ୍ଥାନ ବ୍ୟାଚର ଏହି ଅାଇଏଏସ ଅଫିସର ସୂଚନା ଓ ପ୍ରସାରଣ, ସ୍କିଲ୍ ଡେଭଲପମେଣ୍ଟ ବିଭାଗର ସଚିବ ରହିସାରିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମରେ ବିଧାନସଭା ନିର୍ବାଚନ ସରିଥିବା ବେଳେ ରାଜସ୍ଥାନ ଏବଂ ତେଲଙ୍ଗାନାରେ ଅାସନ୍ତା ୭ ତାରିଖରେ ମତଦାନ ଗ୍ରହଣ ହେବ। ସେହିଭଳି ଅରୋରାଙ୍କ କାର୍ଯ୍ୟକାଳରେ ହିଁ ୨୦୧୯ ନିର୍ବାଚନ ଅନୁଷ୍ଠିତ ହେବ।