ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ହେଲେ ସୁନୀଲ ଆରୋରା

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲ୍ୟୁଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମଧ୍ୟ ଏହି ଅବସରରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଆରୋରା ୨୦୨୧ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଏଥିସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ ଭାରତ ଗ୍ରହଣ କରିଛି।

ଏହି ଅବସରରେ ଏଡବ୍ଲୁଇବିର ନୂତନ ଉପସଭାପତି ଭାବେ ଦକ୍ଷିଣ ଆଫ୍ରିକାର ନିର୍ବାଚନ ଆୟୋଗର ଅଧ୍ୟକ୍ଷ ଗ୍ଲେନ ୱୁମା ମାଶନିନିଙ୍କୁ ଏବଂ ନୂତନ ମହାସଚିବ ଭାବେ ଦକ୍ଷିଣ କୋରିଆର ଜୋଙ୍ଗୟୁନ ଚୋଙ୍କୁ ନିର୍ବାଚିତ କରାଯାଇଥିଲା।

୨୦୧୭ରେ ଭାରତକୁ ସର୍ବସମ୍ମତିକ୍ରମେ ସଂଘର ଉପାଧ୍ୟକ୍ଷ ପଦବୀ ଲାଗି ମନୋନିତ କରାଯାଇଥିଲା। ବୁକାରେଷ୍ଟ ଠାରେ ଅନୁଷ୍ଠିତ ଏଡବ୍ଲୁଇବିର ଗତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ଆଜି ବିଦାୟୀ ଅଧ୍ୟକ୍ଷ ତଥା ରୋମାନିଆର ସ୍ଥାୟୀ ନିର୍ବାଚନ ପ୍ରାଧିକରଣର ପରାମର୍ଶଦାତା ମିଃ ଇଓନ ମିନକୁ ରାଡୁଲେସ୍କୁ ସଂଘର ନୂଆ ଅଧ୍ୟକ୍ଷ ଶ୍ରୀ ସୁନୀଲ ଆରୋରାଙ୍କୁ ଏଡବ୍ଲୁଇବିର ପତାକା ହସ୍ତାନ୍ତର କରିଛନ୍ତି। ଦୁଇ ବର୍ଷ ଲାଗି ୨୦୨୧ ପର୍ଯ୍ୟନ୍ତ ଏହି ପତାକା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ରହିବ ବୋଲି ସୂଚନା ମିଳିଛି।

ଆଜିର ଏହି ବୈଠକରେ ୪୫ଟି ରାଷ୍ଟ୍ରର ୧୧୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତ୍ରୟମାସିକ ପତ୍ରିକା ‘ଭଏସ୍‌ ଇଣ୍ଟରନ୍ୟାସନାଲ’ର ଉନ୍ମୋଚନ କରାଯାଇଥିଲେ। ଏଥିରେ ଶ୍ରେଷ୍ଠ ୨୫ଟି ରାଷ୍ଟର ନିର୍ବାଚନ ପରିଚାଳନା ବ୍ୟବସ୍ଥା ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି।

ବେଙ୍ଗାଲୁରୁଠାରେ ଏହି ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇ ଶ୍ରୀ ଆରୋରା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ, ‘ସାମଗ୍ରିକ କଲ୍ୟାଣ ଉଦ୍ଦେଶ୍ୟରେ ସମାଜର ସବୁବର୍ଗର ଲୋକମାନଙ୍କ ସମସ୍ତ ଭୌତିକ, ଅର୍ଥନୈତିକ ଏବଂ ଅଧ୍ୟାତ୍ମିକ ସମ୍ବଳକୁ ବିନିଯୋଗ କରିବାର କଳା ଓ ବିଜ୍ଞାନ ହେଉଛି ଗଣତନ୍ତ୍ର।’ ବିଶ୍ୱବ୍ୟାପୀ ନିର୍ବାଚନ ପ୍ରକ୍ରିୟାକୁ ମୁକ୍ତ, ସ୍ୱଚ୍ଛ ଏବଂ ଅବାଧ କରିବା, ଲିଙ୍ଗଗତ ସମାନତା ଆଣିବା ଏବଂ ଭିନ୍ନକ୍ଷମମାନଙ୍କୁ ପ୍ରକ୍ରିୟାରେ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱର ଦୁଇ ତୃତୀୟାଂଶ ଜନସଂଖ୍ୟା ଏବେ ଗଣତନ୍ତ୍ର ଶାସନ ଅଧୀନରେ ରହୁଥିବା ସେ ଉଲ୍ଲେଖ କରିଥିଲେ।

ନୂତନ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏଡବ୍ଲୁଇବି ସଚିବାଳୟ ଏବଂ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଆଣିବା ଓ ସଂଘକୁ ଆହୁରି ସୁଦୃଢ଼ କରିବା ଉପରେ ଶ୍ରୀ ଆରୋରା ଗୁରୁତ୍ୱାରୋପ କରିଥିଲେ।

ଆହୁରି ପଢ଼ନ୍ତୁ

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

You might also like