ଏହି ଅଭିନେତ୍ରୀଙ୍କ ପିତା ଆରପାରିରେ

ମୁମ୍ବା‍ଇ : ବରିଷ୍ଠ ଅଭିନେତ୍ରୀ ତଥା ସର୍ବୋତ୍ତମ ନୃତ୍ୟଶିଳ୍ପୀ ସୁଧା ଚନ୍ଦ୍ରନଙ୍କ ପିତା କେ.ଡି ଚନ୍ଦ୍ରନଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୁଧା ଚନ୍ଦ୍ରନଙ୍କ ପିତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟୀ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କେ.ଡି ଚନ୍ଦ୍ରନ୍ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।

Source : AtZ News

ସୁଧା ଚନ୍ଦ୍ରନଙ୍କ ପିତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଥିଲା, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁଧା କଥାବାର୍ତ୍ତା ବେଳେ ଆଜତକକୁ କହିଥିଲେ ଯେ ସେ ଡିମେନ୍ସିଆରେ ପୀଡିତ ଥିଲେ। ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ଵାବଧାନରେ କେ.ଡି ଚନ୍ଦ୍ରନ୍ ଚିକିତ୍ସିତ ହେଉଥିଲେ। କିନ୍ତୁ ବୁଧବାର (ମେ ୧୨) ସକାଳ ପ୍ରାୟ ୧୦ଟା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।

କେ.ଡି ଚନ୍ଦ୍ରନ୍ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ତାଙ୍କ ଅଭିନୟର ଗଭୀର ଛାପ ଛାଡିଯାଇଛନ୍ତି। ସେ ‘କୋଇ ମିଲ୍ ଗୟା’, ‘ଚାଇନା ଗେଟ୍’, ‘କାଲ୍’, ‘ହମ୍ ହେନ୍ ରହୀ ପ୍ୟାର୍ କେ’, ‘ତେରେ ମେରେ ସପ୍ନେ’, ‘ଜୁନୁନ୍’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।

Source : The Post Reader

ପ୍ରକାଶ ଥାଉଯେ ସୁଧା ଅନେକ ବର୍ଷ ଧରି ଟିଭି ସିରିଏଲରେ କାମ କରୁଛନ୍ତି। ସେ ଅନେକ ଦକ୍ଷିଣୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସୁଧା ତେଲୁଗୁ ଚଳଚ୍ଚିତ୍ର ‘ମୟୁରୀ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ର ତାଙ୍କ ନିଜ ଜୀବନ ଉପରେ ଆଧାରିତ ଥିଲା।

ଅଭିନୟ ବ୍ୟତୀତ ସୁଧା ନୃତ୍ୟକୁ ମଧ୍ୟ ବହୁତ ଭଲ ପାଆନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ମାତ୍ର ୧୭ ବର୍ଷ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି କାରଣରୁ ତାଙ୍କ ଗୋଡ କାଟି ଦିଆଯାଉଥିଲା। ତଥାପି, ସୁଧା ହାର ମାନି ନ ଥିଲେ। ନିଜ ସାହସ ଧୈର୍ଯ୍ୟ ବଳରେ ଏକ ମହାନ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି।

You might also like