ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପାଟନା: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା। ଖାଲି ଏତିକି ନୁହେଁ ଖୁଲମ୍‌ଖୁଲା କପି ବି ଚାଲିଥିଲା। ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା।

ରାମ ଲଖନ ସିଂହ ଯାଦବ କଲେଜ (ଆର୍‌ଏଲ୍‌ଏସ୍‌ୱାଇ) ପରିସରରେ ଥିବା କରିଡର୍‌ ଓ ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଗତକାଲି ଏହି କଲେଜକୁ ଛାତ୍ରଛାତ୍ରୀମାନେ ଆସିଥିଲେ। ହେଲେ ଅଧିକ ସଂଖ୍ୟକ ପରୀକ୍ଷାର୍ଥୀ ହେବା ଯୋଗୁ ପରୀକ୍ଷା କେନ୍ଦ୍ରର ଅଭାବ ଦେଖା ଦେଇଥିଲା। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

‘୨୦୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ କଲେଜରେ ବ୍ୟବସ୍ଥା ରହିଛି। ହେଲେ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଆସିଥିଲେ। ଫଳରେ ଅଧିକ ସଂଖକ ପରୀକ୍ଷାର୍ଥୀ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା’ ଆର୍‌ଏଲ୍‌ଏସ୍‌ୱାଇ କଲେଜର ଏକ୍ସଜାମ୍‌ ଇନ୍‌ଚାର୍ଜ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଏଭଳି ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ଏହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ ନାହିଁ ତ? ଏପରିକି ପରୀକ୍ଷାର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like