ଯୁବତୀଙ୍କ ସହ ଫ୍ରେଣ୍ଡ୍‌ଶିପ୍‌କୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା !

ନୂଆଦିଲ୍ଲୀ: ଯୁବତୀଙ୍କ ସହ ବନ୍ଧୁତ୍ୱକୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ଜଣଙ୍କୁ ପୋଲିସ୍‌ ହେପାଜତକୁ ନିଆଯାଇଥିବା ସୂଚନା ମିଳିଛି।

ମୃତ ଛାତ୍ର ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ନିବାସୀ ରାହୁଲ। ଆକ୍ରମଣ ପୂର୍ବରୁ ସିସିଟିଭି ଫୁଟେଜରେ ରାହୁଲଙ୍କୁ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା।

ପୋଲିସ୍‌ ସୂଚନା ଅନୁସାରେ, ରାହୁଲ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ଏହାକୁ ବିରୋଧ କରୁଥିଲେ। ଯୁବତୀଙ୍କ ଭାଇ ଓ ଅନ୍ୟ ପରିବାର ସଦସ୍ୟ ମିଶି ରାହୁଲଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ପୋଲିସ୍‌ ସୂଚନା ମୁତାବକ, ଅକ୍ଟୋବର ୭ର ଏକ ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି , ରାହୁଲ ଜଣେ ଯୁବତୀଙ୍କ ସହ ଗଳିରେ ଚାଲିକି ଯାଉଥିଲେ। ଏହି ସମୟରେ ତାଙ୍କୁ କିଛି ଲୋକ ଟ୍ୟୁସନ୍‌ ପାଇଁ ଡାକିଥିଲେ ବୋଲି ଅନୁମାନ କରାଯାଉଛି। ସେ କିଛି ବାଟ ଚାଲିକି ଯିବା ପରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କର ବନ୍ଧୁତ୍ୱକୁ ନେଇ ଯୁବତୀଙ୍କ ପରିବାର ବିରୋଧ କରୁଥିଲେ। କାରଣ ସେମାନେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଥିଲେ।

‘ରାହୁଲ ଜଣେ ଟ୍ୟୁସନ୍‌ ଶିକ୍ଷକ ଥିଲେ। ସେ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କୁ ପାଠ ପଢ଼ାଉଥିଲେ। ସେ Bachelor of Artsର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ୧୦ରୁ ଅଧିକ ଲୋକ ମିଶି ମୋ ପୁଅ ଉପରକୁ ଆକ୍ରମଣ କରିଥିଲେ’ ବୋଲି ରାହୁଲଙ୍କ ବାପା କହିଛନ୍ତି।

ଏହି ଘଟଣାରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଏହାସହ ସେ ମୃତକଙ୍କ ପରିବାରକୁ ୧୦ ଳକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like