ଭାରତର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର Strom R3

ଥରେ ଚାର୍ଜ କଲେ ଦେବ ୨୦୦ କିମିର ଜବରଦସ୍ତ ରେଞ୍ଜ

ନୂଆଦିଲ୍ଲୀ : ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ଦେଶରେ ଇଲେକ୍ଟ୍ରିକ୍ ବାହାନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଏବେ ଦେଶରେ ଅଳ୍ପ ସଂଖ୍ୟକ ଇଲେକ୍ଟ୍ରିକ୍ କାର ମହଜୁଦ ଥିବା ବେଳେ ବାହାନ ତିଆରି କମ୍ପାନୀ ଗୁଡ଼ିକ ଏହାର ସଂଖ୍ୟା ବଢ଼ାଇବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ବର୍ତ୍ତମାନ ଦେଶରେ ଚାଲୁଥିବା ଇଲେକ୍ଟ୍ରିକ କାର ଗୁଡ଼ିକର ରେଞ୍ଜ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି, ଯାହା ସାଧାରଣ ଲୋକଙ୍କ ପକ୍ଷେ କିଣିବା ସମ୍ଭବପର ନୁହେଁ । ଆଉ ଏଥିପାଇଁ ସମସ୍ତ ବର୍ଗର ଗ୍ରାହକକୁ ଦୃ୍‌ଷ୍ଟିରେ ରଖି ଏପରି ଏକ କାର ଲଂଚ ହେବାକୁ ଯାଉଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ କମ ରହିବ । ଖୁବ ଶୀଘ୍ର ଭାରତୀୟ ସଡ଼କରେ ଦେଖିବାକୁ ମିଳିବ ଏହି କାର୍ ।

ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍

Strom R3 ଭାରତୀୟ ବଜାରରେ ୪.୫ ଲକ୍ଷ ଟଙ୍କାରେ ଉପଲବ୍ଧ ହେବ । ଏହା ଭାରତରେ ମିଳୁଥିବା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର ହେବ । ଏଥିରେ ଲିଥିୟମ ଆୟନ ବ୍ୟାଟେରୀର ବ୍ୟବହାର କରାଯାଇଛି , ଯାହାକୁ ୧ ଲକ୍ଷ କିଲୋମିଟର ଓ ୩ ବର୍ଷର ୱାରେଣ୍ଟି ସହ ମାର୍କେଟରେ ଉପସ୍ଥାପନ କରାଯିବ । ୧୦,୦୦୦ ଟଙ୍କାର ଟୋକନ ଆମାଉଣ୍ଟରେ କମ୍ପାନୀ ଏହାର ବୁକିଂ ପ୍ରକିୟା ଆରମ୍ଭ କରିଛି । ଆଗାମୀ କିଛି ମାସ ମଧ୍ୟରେ ଏହା ଭାରତରେ ଲଂଚ ହୋଇଯିବ ବୋଲି ସୂଚନା ମିଳିଛି ।

ଷ୍ଟ୍ରୋମ୍ ୩ ର ଡିଜାଇନ୍ ସାଧାରଣ ବୈଦ୍ୟୁତିକ ବାହାନ ଠାରୁ ସାମାନ୍ୟ ଭିନ୍ନ । ଏଥିରେ ୧୨ ଇଞ୍ଚର ଏଲୟ ହୁଇଲ୍ସ ଓ ଆଟସାଇଡ୍ ରିୟର ଭିୟୁ ମିରର ଦିଆଯିବ । ଷ୍ଟ୍ରୋମରେ ଚାରୋଟି ରଙ୍ଗ ବିକଳ୍ପ ପ୍ରଦାନ କରାଯିବ । ଇଲେକ୍ଟିକ୍ ନୀଳ, , ନିୟନ୍ ନୀଳ , କଳା ଓ ନାଲି ରଙ୍ଗରେ ଉପଲବ୍ଧ ହେବ ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର୍ । ଝଗ୍ଧକ୍ସକ୍ଟଜ୍ଞ ଜ୩ ଲମ୍ବର ଲମ୍ବ ୨,୯୦୭ ମିମି, ଚଉଡ଼ା ୧,୪୫୦ ମିମି ଏବଂ ୧,୫୭୨ ମିମି ବିଶିଷ୍ଟ ରହିବ ଉଚ୍ଚତା । ଏହାର ହ୍ୱିଲ୍ ବେସ୍ ହେଉଛି ୨,୦୧୨ ମିମି ।

ଏହି କାରର ସର୍ବୋତ୍ତମ ସ୍ପିଡ୍ ରହିବ ୮୦ କିମି ପ୍ରତି ଘଣ୍ଟା । ଥରେ ଚାର୍ଜ କଲେ ୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । Strom R3କୁ ପାୱାର 15A ଆଉଟଲେଟ୍ ମାଧ୍ୟମରେ ମାତ୍ର ୩ ଘଣ୍ଟାରେ ଫୁଲ ଚାର୍ଜ କରିହେବ । Strom R3 ଇଲେକ୍ଟ୍ରିକ୍ କାରରେ ନର୍ମାଲ, ସ୍ପୋଟର୍ସ ଓ ଇକୋ ମୋଡ ପରି ତିନୋଟି ଡ୍ରାଇଭିଂ ମୋଡ଼ ସାମିଲ କରିଛି କମ୍ପାନୀ ।

You might also like