ପାଣିଜାହାଜରେ ଫେରିବେ ମାଳଦ୍ୱୀପରେ ଫସି ରହିଥିବା ଭାରତୀୟ

ଭୁବନେଶ୍ୱର: ମାଳଦ୍ୱୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରାଜଧାନୀ ମାଲେରେ ପହଞ୍ଚିଲା ଭାରତୀୟ ନୌସେନା ଜାହଜ। ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନୌସେନାର ଆଇଏନ୍ଏସ୍ ଜଳାଶ୍ୱ ମାଲେରେ ପହଞ୍ଚି ଥିବାବେଳେ ଆଇଏନ୍ଏସ୍ ମଗର ଦୁଇ ଦିନ ମଧ୍ୟରେ ପହଞ୍ଚିବ।

ଦୁଇ ଜାହାଜରେ ହଜାରେ ଭାରତୀୟଙ୍କୁ ଫେରାଇ ଅଣାଯିବ ମାଲେରୁ ଆସି କେରଳର କୋଚିରେ ପହଞ୍ଚିବେ। ଭାରତୀୟମାନେ ସେଠାରୁ ନିଜ ରାଜ୍ୟକୁ ନେବା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଆଇଏଏନ୍ଏଶ ଶାର୍ଦୁଲ ଓ ଆଇଏନ୍ଏସ୍ ଐରାବତ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।

ତେବେ ଭାରତୀୟ ନୌସେନାର ଜାହାଜ ପହଞ୍ଚିବା ପୂର୍ବରୁ ସଂପୃକ୍ତ ଦେଶ ସହ ସମସ୍ତ କାଗଜପତ୍ର କାମ ଶେଷ ହୋଇଥିବା ଜଣାଯାଇଛି। ସେହିପରି ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆର ବିମାନ ଯାତ୍ରା ଆରମ୍ଭ କରିବ। ସାଉଦି ଆରବରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି କେରଳର କୋଚି ବିମାନବନ୍ଦରରୁ ଆବୁଧାବି ଯିବାକୁ ପ୍ରସ୍ତୁତ ହେଉଛି ଏହି ବିମାନ।

You might also like