ସୁଏଜ କେନାଲରେ ୬ ଦିନ ଧରି ଫସିଥିବା ଜାହାଜ ଉଦ୍ଧାର

 ସିଧା ହେବା ପରେ ଗନ୍ତବ୍ୟ ପଥରେ ଚାଲିଲା କାର୍ଗୋ ସିପ୍ ଏଭର ଗ୍ରୀନ, ଖୁବଶୀଘ୍ର ଟ୍ରାଫିକ ସମସ୍ୟା ସୁଧୁରିବା ଆଶା

  • ୭ ଦିନ ପରେ ଚାଲିଲା ଏମ୍ବି ଏଭର ଗିଭେନ୍
  • ସୁଏଜ କେନାଲରେ ଫସିଥିବା କାର୍ଗୋ ଜାହାଜ ଉଦ୍ଧାର
  • ଜାହାଜରେ ଥିଲା ୨ ଲକ୍ଷ ୨୦ ହଜାର ଟନ୍ର ଜିନିଷ
  • ୧୦ଟି ଟଗ୍ ବୋଟ୍ ଜରିଆରେ ସିଧା ହେଲା ଜାହାଜ

୭ ଦିନର ପରିଶ୍ରମ ପରେ ଚାଲିଲା ସୁଏଜ କେନାଲରେ ଫସିଥିବା ବିଶାଳ କାର୍ଗୋ ଜାହାଜ । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ ମାଲବାହୀ ଜାହାଜ ରୂପେ  ବିବେଚନା କରାଯାଏ | ‘EVERGREEN’ ନାମକ ଜାହାଜ ଏସିଆ ଏବଂ ୟୁରୋପ ମଧ୍ୟରେ ଚଳପ୍ରଚଳ କରେ ।  ୪୦୦ ମିଟର ଲମ୍ବା ଓ ୫୯ ମିଟର ଓସାରର ଏହି ବିଶାଳକାୟ ଜାହାଜକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଛି । ଜାହାଜ ଉପରେ ୨ ଲକ୍ଷ ୨୦ ହଜାର ଟନରୁ ଅଧିକ ଓଜନର ଜିନିଷ ରହିଥିଲା । ଫଳରେ ଜାହାଜକୁ ସିଧା କରିବା ବଡ ଧରଣର ଚ୍ୟାଲେଞ୍ଜ ପାଲଟିଥିଲା ।

ଜାହାଜକୁ ଉଦ୍ଧାର ପାଇଁ ୧୦ଟି ଟଗ୍ ବୋଟ୍ ବ୍ୟବହାର କରାଯାଇଥିଲା । ଟଗ୍ ବୋଟ୍ ଗୁଡିକ ପାଣି ଭିତରେ ବିଶାଳ ଜାହାଜକୁ ଟାଣି ଟାଣି ସିଧା କରିଥିଲେ । ଏହାପରେ ନିଜ ଗନ୍ତବ୍ୟ ସ୍ଥଳରେ ଗତି କରିବା ଆରମ୍ଭ କରିଛି ବିଶ୍ୱର ସବୁଠାରୁ ବଡ ମାଲବାହୀ ଜାହାଜ  ।  ଗତ ୨୩ ତାରିଖରେ ଚୀନରୁ ନେଦରଲାଣ୍ଡର ରୋଟେରଡମ୍ ଯାଉଥିବା ଏହି ଜାହାଜ ପ୍ରବଳ ବେଗରେ ପବନ ଯୋଗୁଁ ଗୋଟିଏ ଦିଗକୁ ବୁଲି ପଡିଥିଲା ।  ଫଳରେ ସୁଏଜ କେନାଲ ଅବରୋଧ ହୋଇଯାଇଥିଲା  । ବିଶାଳ ଜାହଜ କେନାଲ ମୁହାଁଣରେ  ବଙ୍କା ହୋଇ ଲାଗି ରହିବା କାରଣରୁ ସେହି କେନାଲ ଦେଇ ଯିବାକୁ ଅନ୍ୟ ଜାହଜ ଗୁଡ଼ିକୁ ଆଗକୁ ବଢିବାକୁ ଦିଗ ମିଳୁନଥିଲା । ଏହି କାର୍ଗୋ ଜାହାଜ ପାଇଁ ୩୬୭ ଟି ଅନ୍ୟ ଛୋଟ ବଡ ଜାହାଜ ଫସି ରହିଥିଲେ  । ଏବେ କାର୍ଗୋ ଜାହାଜ ପୁଣି ଚାଲିବା ଫଳରେ ଅନ୍ୟ ଜାହାଜ ଗୁଡିକର ପଥ ପରିଷ୍କାର ହୋଇଯାଇଛି ।

 

ସୂଚନାଯୋଗ୍ୟ ଏହି ବିଶାଳ ଜାହାଜର ଅଟକି ରହିବା ଫଳରେ ଭାରତୀୟ ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଥିଲା । ଏହି ସଙ୍କଟର ମୁକାବିଲା ପାଇଁ ସରକାର ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଅନ୍ୟ ଦେଶରୁ ଆମଦାନୀ-ରପ୍ତାନୀରେ ନିୟୋଜିତ ଭାରତୀୟ ମାଲ ପରିବହନ ଜାହାଜକୁ ସୁଆଜ୍ କେନାଲର ଜାମରୁ ବଞ୍ଚିବା ପାଇଁ  କେପ୍ ଅଫ୍ ଗୁଡ୍ ହୋପ୍ (Cape of Good Hope)  ଦେଇ ଯିବାକୁ  ପରାମର୍ଶ ଦିଆଯାଇଥିଲା।

You might also like