ମହାରାଷ୍ଟ୍ରରେ ୧୫ ଦିନ ପାଇଁ ବଢ଼ିଲା ଲକଡାଉନ୍‌, ଜୁନ୍ ୧ ପର୍ଯ୍ୟନ୍ତ ଲାଗୁ ହେଲା କଡ଼ା କଟକଣା

ମୁମ୍ବାଇ : ମହାରାଷ୍ଟ୍ରରେ ପାଇଁ ବଢ଼ିଲା ଲକଡାଉନ୍ । ଜୁନ୍ ୧ ପର୍ଯ୍ୟନ୍ତ କଡ଼ା କଟକଣା ଲାଗୁ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ନଆଣିଲେ ରାଜ୍ୟରେ ପ୍ରବେଶ ନିଷିିଦ୍ଧ । କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଆଗାମୀ ଜୁନ୍ ୧ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ସଂକ୍ରମଣରେ କାବୁ ପାଇବାକୁ ପୁରୁଣା ନିୟମ ସହ କିଛି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି ।

ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ rt-pcr  ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବରୁ ହୋଇଥିବା ଆବାଶ୍ୟକ ଏହି ରିପୋର୍ଟ । ପୂର୍ବରୁ ସର୍ବାଧିକ କରୋନା ପ୍ରଭାବିତ ଅଞ୍ଚଳରୁ ଆସୁଥିବା ଲୋକଙ୍କ ପାଇଁ ଥିଲା ଏହି ନିୟମ । କିନ୍ତୁ ବର୍ତ୍ତମାନ ଦେଶର ଯେକୌଣସି ସ୍ଥାନରୁ ଆସୁଥିବା ନାଗରିକଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି।

ତେବେ ଲକଡାଉନ୍ ସମୟରେ କାର୍ଗୋ ବିମାନ ଚଳାଳଚରେ କୌଣସି କଟକଣା ରହିବ ନାହିଁ । ହେଲେ ଗାଡ଼ିରେ କେବଳ ଦୁଇ ଜଣଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ସେହିପରି କ୍ଷୀର ସଂଗ୍ରହ ଏବଂ ପରିବହନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଦୋକାନରେ କ୍ଷୀର ବିକ୍ରି ପାଇଁ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଆଣିବାକୁ ପଡ଼ିବ ।

You might also like