ବିଗ୍‌ ବସ୍ ୧୪‌ ଫେମ୍‌ ସୋନାଲି ଫୋଗାଟ୍‌ଙ୍କ ଘରୁ ଚୋରି

ଚଣ୍ଡୀଗଡ଼: ବିଗ୍‌ ବସ୍‌ ୧୪ରେ ପ୍ରତିଯୋଗୀ ରହିଥିବା ସୋନାଲି ଫୋଗାଟ୍‌ଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ହରିୟାଣାର ହିସାର ସ୍ଥିତ ସୋନାଲିଙ୍କ ଘରୁ ସୁନା, ନଗଦ ୧୦ ଲକ୍ଷ ଟଙ୍କା,ଲାଇସେନ୍ସ ପ୍ରାପ୍ତ ରିଭଲଭର୍‌ ଓ ଅନ୍ୟାନ୍ୟ ମୂଳ୍ୟବାନ ଜିନିଷ ଚୋରି ହୋଇଛି।

ଫେବୃଆରୀ ୯ରେ ସେ ଚଣ୍ଡୀଗଡ଼ରେ ଥିବାବେଳେ ଘରୁ ଚୋରି ହୋଇଥିବା ନେଇ ସୋନାଲି ପୋଲିସ୍‌ରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ସୂଚନା ଅନୁସାରେ, ଫେବୃଆରୀ ୧୫ରେ ଘରକୁ ଫେରିବା ପରେ ଘରର ଲକ୍‌ ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ସୋନାଲିଙ୍କ ଘରୁ ସୁନା, ରୂପା ବାସନ, ରୂପା ପାତ୍ର, ନଗଦ ୧୦ ଲକ୍ଷ ଟଙ୍କା, ଅଳଙ୍କାର, ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଓ ୮ଟି cartridge ଚୋରି ହୋଇଯାଇଛି। ଘରେ CCTV କ୍ୟାମେରା ଲଗା ଯାଇଥିବା ବେଳେ ଚୋରମାନେ DVR, ଯେଉଁଥିରେ ଭିଡିଓ ଫୁଟେଜ୍‌ ଷ୍ଟୋର୍‌ ହୋଇ ରହିଥାଏ ଏହାକୁ ନେଇ ଯାଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏଚ୍‌ଟିଏମ୍‌ ଷ୍ଟେସନ୍‌ ହାଉସ୍‌ ଅଫିସର ସୁଖଜୀତ୍‌ କହିଛନ୍ତି।

ବିଜେପି ନେତ୍ରୀ ସୋନାଲି ଫୋଗାଟ୍ ବିଗ୍‌ ବସ୍‌ ୧୪ରେ ୱାଇଲ୍ଡ୍‌ କାର୍ଡ ଏଣ୍ଟ୍ରି କରିଥିଲେ। ହେଲେ ଶୋ’ରେ ଦୀର୍ଘ ଦିନ ଧରି ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଅଲୀ ଗୋନିଙ୍କ ପ୍ରତି ଥିବା ତାଙ୍କର ମନର ଭାବନାକୁ ଶେଆର କରିବା ପରେ ସୋନାଲି ଚର୍ଚ୍ଚାକୁ ଆସିଥିଲେ।

You might also like