ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ କିମ୍ବା କ୍ଷତିଗ୍ରସ୍ତଙ୍କୁ ୨୪ ଘଣ୍ଟାରେ ସହାୟତା
ନୂଆଦିଲ୍ଲୀ: ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ କିମ୍ବା କ୍ଷତିଗ୍ରସ୍ତ ଲୋକଙ୍କୁ ୨୪ ଘଣ୍ଟା ଭିତରେ ସହାୟତା ରାଶି ପ୍ରଦାନ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ୨୪ ଘଣ୍ଟା ଭିତରେ ଅତି କମ୍ରେ ୨୫ ପ୍ରତିଶତ ସହାୟତା ରାଶି ପ୍ରଦାନ କରାଯିବ ନେଇ ନିଷ୍ପତ୍ତି ହୋଇଛି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ।
ସହାୟତା ମିଳିବାରେ ବିଳମ୍ବ ହେତୁ ବହୁ ସମୟରେ ଉତ୍ତେଜନା ଓ ସମସ୍ୟା ଦେଖାଦେଉଥିବାରୁ କେନ୍ଦ୍ର ଏହି ଚିଠି ଲେଖିଛି। ଏବେ ବନ୍ୟଜନ୍ତୁ ଆକ୍ରମଣରେ ମୃତକଙ୍କ ପରିବାରକୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।