ମଦର ଅନ୍‌ଲାଇନ ବିକ୍ରି କିମ୍ବା ହୋମ ଡେଲିଭରି ପାଇଁ ପରାମର୍ଶ ଦେଲେ ସୁପ୍ରମ୍‌କୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନ ବନ୍ଦ ନ କରି ଅନ୍‌ଲାଇନ କିମ୍ବା  ହୋମ୍ ଡେଲିଭରି ନେଇ ବିଚାର କରନ୍ତୁ ରାଜ୍ୟ ସରକାର । ଆଜି ଏମିତି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଦ ପାଇଁ ଦେଶବ୍ୟାପୀ ଦୋକାନ ଆଗରେ ଲମ୍ବା ଲାଇନ ଲାଗିବା ସହ ସାମାଜିକ ଦୂରତା ନିୟମର ଖୋଲା ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି।  ଏହାଦ୍ୱାରା କରୋନା ସଂକ୍ରମଣର ଭୟ ଅଧିକ ରହିଛି।

ଏହାକୁ ନେଇ ସର୍ବୋଚ୍ଚ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ତେବେ ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱଧୀନ ୩ ଜଣିଆ ବେଞ୍ଚ ଏନେଇ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି । ଅନ୍ୟପକ୍ଷେ ସୁପ୍ରିମକୋର୍ଟ କହିଛନ୍ତି, ମଦ ଦୋକାନ ଖୋଲିବାରୁ ପ୍ରବଳ ଭିଡ଼ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଏହାର ବିକ୍ରି ପାଇଁ ବିକଳ୍ପ ବ୍ୟବସ୍ଥା କରିପାରିବେ।

ତେବେ ସାମାଜିକ ଦୂରତ୍ୱ ନିୟମର ଯେଭଳି ଅନୁପାଳନ ସହ କିପରି ମଦବିକ୍ରି ହୋଇପାରିବ ସେ ନେଇ ରାଜ୍ୟ ସରକାରମାନେ ତାହାର ବିକଳ୍ପ ଚିନ୍ତା କରନ୍ତୁ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି । ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଷ୍ଣନ କାଉଲ ଓ ଜଷ୍ଟିସ ବିଆର ଗାଭିଙ୍କ ଖଣ୍ଡପୀଠ ଭିଡିଓ କନଫରେନ୍ସଂ ଜରିଆରେ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, ଏହା ଏକ ନୀତିଗତ ନିଷ୍ପତ୍ତି। ଆମେ ଏହାକୁ ବଦଳାଇ ପାରିବୁ ନାହିଁ। ତେଣୁ ଆବେଦନକୁ ଆମେ ଖାରଜ କରୁଛୁ। ଆମେ କୌଣସି ଅର୍ଡର ପାସ କରୁନାହୁଁ। ହେଲେ ରାଜ୍ୟଗୁଡ଼ିକ ମଦର ପରୋକ୍ଷ ବିକ୍ରି ପାଇଁ ବ୍ୟବସ୍ଥା ଗ୍ରହଣ ଦିଗରେ ବିଚାର କରିବା ଦରକାର।

ସୂଚନାଥାଉ କି, ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ମଦ ଦୋକାନ ବନ୍ଦ ଥିବା ବେଳେ ଗତ ୪ ତାରିଖରେ କେତେକ ରାଜ୍ୟରେ ମଦ ଦୋକାନ  ଖୋଲିଥିଲା । ତେବେ ମଦ କିଣିବା ନେଇ ଦୋକାନ ଆଗରେ ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି ଏମିତିକି କିଛି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସକୁ ଲାଠିମାଡ଼ କରିବାକୁ ପଡିଛି।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like