ଡିଏମ୍‌କେର ସଭାପତି ଦାୟିତ୍ୱ ନେଲେ ଏମ୍‌.କେ.ଷ୍ଟାଲିନ୍

ନୂଆଦିଲ୍ଲୀ: ଦୀର୍ଘ ୪୯ ବର୍ଷ ପରେ ଡିଏମକେକୁ ମିଳିଲା ନୂଅା ମୁଖିଅା। ଦଳର ନୂଅା ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଏମ୍‌.କେ.ଷ୍ଟାଲିନ୍। ଅାଜି ଦଳର ସାଧାରଣ ପରିଷଦ ବୈଠକରେ ଷ୍ଟାଲିନ୍‌ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଗତ ରବିବାର ଏଥିପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲ। ଏକମାତ୍ର ପ୍ରର୍ଥୀ ଭାବେ ନୋମିନେସସନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏମ୍. କରୁଣାନିଧିଙ୍କ ପୁତ୍ର ୬୫ ବର୍ଷୀୟ ଷ୍ଟାଲିନ୍‌ ୨୦୧୭ରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ଏମ୍. କରୁଣାନିଧିଙ୍କ ମୃତ୍ୟୁ ପରଠାରୁ ଡିଏମକେ ସଭାପତି ପଦବୀ ଖାଲି ପଡିଥିଲା।

ଡିଏମକେ ସଭାପତି ପଦରେ ଅଧିଷ୍ଠିତ ହେବାପରେ ଷ୍ଟାଲିନ୍‌ କରୁଣାନିଧିଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରି ଅାଶୀର୍ବାଦ ଭିକ୍ଷା କରିଥିଲେ। ସେପଟେ ଏସବୁ ଭିତରେ ତାଙ୍କ ପାଇଁ ଦଳରେ ଅାଲାଗିରିଙ୍କୁ ନେଇ ଚାଲିବା ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚା ହେଉଛି।

ସେ ହିଁ କରୁଣାନିଧିଙ୍କ ଉତ୍ତରାଧିକାରୀ ବୋଲି ପୂର୍ବରୁ ଦାବି କରି ଅାସୁଥିଲେ ଏମ୍.କେ. ଅାଲାଗିରି। ତାଙ୍କ ବିନା ଦଳ ଅାଗେଇପାରିବ ନାହିଁ ବୋଲି ଅାଜି ପୁଣି ଏକ ବୟାନ ଦେଇଛନ୍ତି ଆଲାଗିରି।

(Image Credit:kalaignar tv)

You might also like