ଶ୍ରୀନଗରରେ ଆତଙ୍କୀଙ୍କ ଗ୍ରେନେଡ୍‌ ମାଡ଼

ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ କରନ୍‌ ନଗରଠାରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କରନ୍‌ ନଗରର କାକାସରାଇ ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ସୁରକ୍ଷାକର୍ମୀମାନେ ନାକା ଡ୍ୟୁଟିରେ ଥିବା ସମୟରେ ଆତଙ୍କବାଦୀମାନେ ଏଭଳି ଟାର୍ଗେଟ୍‌ କରିଛନ୍ତି। କରନ୍‌ନଗର ପୁଲିସ୍‌ ଷ୍ଟେସନ୍‌ ନିକଟରେ ଏଭଳି ଗ୍ରେନେଡ୍‌ ମାଡ଼ ହେବାପରେ ଗୁଳି ବିନିମୟ ହୋଇଥିଲା। ସନ୍ଧ୍ୟା ୬.୫୦ ସମୟରେ ଏହି ଘଟଣା ଘଟିଛି।

ଏହି ଅଞ୍ଚଳକୁ ବର୍ତ୍ତମାନ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଏହି ଘଟଣା ସେତେବେଳେ ଘଟିଛି ଯାହାର ୪ ଦିନ ପରେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ୩୧ ତାରିଖରେ ଏହା ବିଧିବଦ୍ଧ ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇବ। ଏଥିପାଇଁ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଉପ ରାଜ୍ୟାପଳ ଦାୟିତ୍ୱ ଦିଆଯାଇଛି।

You might also like