ଏଣିକି ୨୦ ଟଙ୍କା ଭଡ଼ାରେ ଚାର୍ଜ କରିପାରିବେ ଫୋନ୍
ନୂଆଦିଲ୍ଲୀ: ଯଦି ଆପଣ ଦୀର୍ଘ ସମୟ ଧରି ଫୋନ୍ ବ୍ୟବହାର କରୁଛନ୍ତି ଓ ଫୋନ୍ରେ ଚାର୍ଜ ସମସ୍ୟା ରହୁଛି, ଆଉ ଏଥିପାଇଁ ଆପଣ ସାର୍ବଜନୀନ ସ୍ଥାନରେ ଚାର୍ଜିଂ ପଏଣ୍ଟ ଖୋଜୁଛନ୍ତି, ତା’ହେଲେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି। ଦେଶର ପ୍ରଥମ ସ୍ମାର୍ଟଫୋନ୍ ପାୱାର ବ୍ୟାଙ୍କ୍ ରେଣ୍ଟଲ୍ ସର୍ଭିସ୍ ସ୍ପାଇକ୍ (Spykke) ଲଞ୍ଚ ହୋଇଛି। ସାରା ଦେଶରେ ୧୧ଟି ସହରରେ ୮ ହଜାର ସ୍ଥାନରେ ଏହାର ନେଟ୍ୱର୍କ ରହିଛି।
ବର୍ତ୍ତମାନ କମ୍ପାନୀର ଆଉଟ୍ଲେଟ୍ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ-ଏନ୍ସିଆର୍, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, କୋଏମ୍ବଟୁର, ଚଣ୍ଡୀଗଡ଼, ଲକ୍ଷ୍ନୌ, ଜୟପୁର ଓ ପୁଣେରେ ରହିଛି। ଆପଣ ଚାହିଁଲେ ଯେକୌଣସି ଏକ ଆଉଟ୍ଲେଟ୍ରୁ ପାୱାର ବ୍ୟାଙ୍କ ଭଡ଼ା(ରେଣ୍ଟ)ରେ ନେଇ ଫୋନ୍ ଚାର୍ଜ କରି ସାରିବା ପରେ ଏହାକୁ ଅନ୍ୟ ଏକ ଆଉଟ୍ଲେଟ୍ରେ ଫେରାଇ ପାରିବେ।
Spykkeର ୩ଟି ରେଣ୍ଟଲ୍ ପ୍ଲାନ୍ ରହିଛି। ଷ୍ଟାଣ୍ଡାର୍ଡ ପ୍ଲାନ୍ରେ ଆପଣଙ୍କୁ ପ୍ରତି ଘଣ୍ଟାରେ ୨୦ ଟଙ୍କା ଦେବାକୁ ପଡ଼ିବ। Elite ପ୍ଲାନ୍ରେ ଆପଣଙ୍କୁ ବର୍ଷକୁ ୧,୧୯୯ ଟଙ୍କା ଦେବାକୁ ପଡ଼ିବ ଓ ସୁପ୍ରିମ ପ୍ଲାନ୍ରେ ୧,୯୯୯ ଟଙ୍କାରେ ଲାଇଫ୍ଟାଇମ୍ ପାଇଁ ଆପଣଙ୍କୁ ମେମ୍ବରଶିପ୍ ମିଳିବ।
Justdial ର କୋ-ଫାଉଣ୍ଡର ରମଣୀ ଅୟର ପାୱାର ବ୍ୟାଙ୍କ୍ ରେଣ୍ଟଲ୍ ସର୍ଭିସ୍ Spykke ଲଞ୍ଚ କରିଛନ୍ତି। ଆଗାମୀ ଦିନରେ ସାରା ଦେଶରେ ଏହାକୁ ସବୁଠାରୁ ବଡ଼ ସ୍ମାର୍ଟଫୋନ୍ ପାୱାର ବ୍ୟାଙ୍କ ରେଣ୍ଟଲ୍ ସର୍ଭିସ୍ କମ୍ପାନୀ ଭାବରେ ସ୍ଥାପନ କରିବାକୁ ସେ ଚାହୁଁଛନ୍ତି। ତେବେ କିଛିଦିନ ମାସ ମଧ୍ୟରେ ଏହି କମ୍ପାନୀ ଭାରତରେ ସବୁଠାରୁ ବ୍ୟାପକ ସ୍ମାର୍ଟଫୋନ୍ ପାୱାର ବ୍ୟାଙ୍କ ନେଟ୍ୱର୍କ ହୋଇଥିବା ଦେଖିବାକୁ ମିଳିଛି।