ସ୍ପୁଟନିକ-ଭି ଟିକାକୁ ମିଳିଲା ମଂଜୁରୀ, ଭାରତରେ ଜରୁରୀ ବ୍ୟବହାର ପାଇଁ ମଂଜୁରୀ ସୂଚନା

ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ଆଉ ଏକ ସଂଜୀବନୀକୁ ମଞ୍ଜୁରୀ ମିଳିଛି। ଋଷ ଟିକା ସ୍ପୁଟନିକ-ଭି କୋଭିଡ୍ ଭ୍ୟାକ୍ସିନକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ସ୍ପୁଟନିକ୍ ଟିକାକୁ ଅନୁମୋଦନ ଦେଇଛି ଏକ୍ସପର୍ଟ କମିଟି। DCGA ଦ୍ୱାରା ଅନୁମୋଦିତ ହେବା ପରେ ଏହି ଟିକା ଦେଶରେ ବ୍ୟବହାର କରାଯିବ। ଏହାସହ କୋଭିସିଲ୍ଡ ଓ କୋଭାକ୍ସିନ ପରେ ସ୍ପୁଟନିକ-ଭି ଭାରତରେ ବ୍ୟବହୃତ ହେଉଥିବା ତୃତୀୟ ଭ୍ୟାକ୍ସିନ ହେବ। ସିରମ୍ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଏବେ ଦେଶରେ କୋଭିଡ୍ ଭ୍ୟାକ୍ସିନ ଭାବେ ବ୍ୟବହୃତ ହେଉଛି। ହାଇଦ୍ରାବାଦର ଡର ରେଡିଜ୍ ଫାର୍ମାସ୍ୟୁଟିକାଲ କଂପାନି ଭାରତରେ ଏହି ଟିକା ପ୍ରସ୍ତୁତ କରୁଛି। ସ୍ପୁଟନିକ-ଭି ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ୯୧ ଦଶମିକ ୬ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଥିଲା। ଏହି ଟିକା୨ ରୁ ୮ ଡିଗ୍ରୀରେ ତାପମାତ୍ରାରେ ରହିପାରିବ ବୋଲି ସୂଚନା ମିଳିଛି।

ଆଉ ଏହି ସମୟରେ କରୋନାରୁ ମୁକ୍ତି ପାଇବାକୁ ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ କିଛିଦିନ ହେବ ଦେଶରେ ଟିକା ଅଭାବ ଥିବା କଥା ସାମ୍ନାକୁ ଆସିଛି। ଏମିତିକି ଟିକା ଅଭାବ ହେବାରୁ ଓଡ଼ିଶା ସମେତ କିଛି ରାଜ୍ୟରେ ଟିକାକରଣ କେନ୍ଦ୍ର ବି ବନ୍ଦ ହୋଇଯାଇଥିଲା । ହେଲେ ଏବେ ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିଛନ୍ତି ବିଶେଷଜ୍ଞ କମିଟି ।

ଟିକା ଲାଗି ଆଜି ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏଠାରେ ସ୍ଫୁଟନିକ୍ ଭି ଟିକାର ପରୀକ୍ଷଣ ଡାଟା ଉପସ୍ଥାପନ କରାଯାଇଥିଲା। ବୈଠକ ପରେ ସ୍ଫୁଟନିକ୍ ଭି କୁ ଭାରତରେ ବ୍ୟବହାରିକ ମଞ୍ଜୁରି ପ୍ରଦାନ କରାଯାଇଛି । ଦେଶରେ ଏବେ ଦୁଇଟି ଟିକାର ବ୍ୟବହାର କରାଯାଉଛି, ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଲୋକମାନଙ୍କୁ ଦିଆଯାଉଛି।  ତେବେ ଆଗାମୀ ଅଗଷ୍ଟ ମାସସୁଦ୍ଧା ଭାରତକୁ ଆଉ ୩ ଟି ଟିକା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ପଟେ ଦେଶରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ଆଉ ଏହାରି ମଧ୍ୟରେ ଅଗଷ୍ଟରେ ଯଦି କେନ୍ଦ୍ର ସରକାର ଅନ୍ୟ ତିନୋଟି ଟିକାକୁ ଅନୁମତି ଦିଅନ୍ତି ତେବେ ଟିକାକରଣ ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ।

ଏଠାରେ କହିରଖୁଛୁ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା  ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ ୬ ମାସ ମଧ୍ୟରେ ଆଜି ସର୍ବାଧିକ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟିଛି।

You might also like