• translate
Prangyan Parimita

ନୂଆଦିଲ୍ଲୀ : କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା । ଘରୋଇ ହସ୍ପିଟାଲ ପରେ ଖୁବ ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ଉବଲବ୍ଧ ହେବ ଋଷୀୟ ଟିକା ସ୍ପୁଟନିକ୍ ଭି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଟିକା କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।  ବର୍ତ୍ତମାନ ଦେଶର ସରକାରୀ ହସ୍ପିଟାଲରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ମାଗଣାରେ ଦିଆଯାଉଛି ।

ଟାଇମ୍ସ ଅଫ୍ ଇଣ୍ଡିଆ କୋଭିଡ -19 ର ୱାର୍କିଂ ଗୋଷ୍ଠୀର ଚେୟାରମ୍ୟାନ୍ ଡକ୍ଟର ଏନ.କେ ଆରୋରାଙ୍କ କହିଛନ୍ତି, ଖୁବ ଶୀଘ୍ର ସରକାରୀ କେନ୍ଦ୍ରରେ ସ୍ପୁଟନିକ୍ ଭି ମାଗଣାରେ ଉପଲବ୍ଧ ହେବ । ‘ବର୍ତ୍ତମାନ ସ୍ପୁଟନିକ୍ ଭି କେବଳ ଘରୋଇ ଡାକ୍ତରଖାନାରେ ଦିଆଯାଉଛି । ସ୍ପୁଟନିକ୍ ଭି ଟିକା ଯୋଗାଣକୁ ଦୃଷ୍ଟିରେ ରଖି ଏହାକୁ ସରକାର ମାଗଣା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିବା ସେ କହିଛନ୍ତି ।

ନୂତନ ଟିକା ସାମିଲ ହେବା ପରେ ଦେଶରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି କୁହାଯାଉଛି ।  ସ୍ପୁଟନିକ୍-ଭି ଟିକାକୁ ୧୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଷ୍ଟୋର୍ କରିବାକୁ ପଡ଼େ । ପୋଲିଓ ଟିକା ସଂରକ୍ଷଣ ପାଇଁ ବ୍ୟବହୃତ  କୋଲ୍ଡ ଚେନ୍ ସୁବିଧା ସ୍ପୁଟନିକ୍ ଭି ସଂରକ୍ଷଣ ପାଇଁ ବ୍ୟବହୃତ ହେବ ।

ସେପଟେ ପୂର୍ବରୁ ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବାକୁ ସେରମକୁ ଅନୁମତି ମିଳିସାରିଛି । ଭାରତୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ସ୍ଫୁଟନିକ୍-ଭି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିସାରିଛି । ରୁଷର କରୋନା ଟିକା ସ୍ଫୁଟନିକ୍-ଭି ଏଣିକି ସେରମ ଇନଷ୍ଟିଚ୍ୟୁଟ ମଧ୍ୟ ଉତ୍ପାଦନ କରିପାରିବ । ପୂର୍ବରୁ ଭାରତରେ କେବଳ ଡ. ରେଡ୍ଡୀ ଲ୍ୟାବ ସ୍ପୁଟନିକ-ଭି’ର ଉତ୍ପାଦନ ଏବଂ ବଣ୍ଟନ ଦାୟିତ୍ୱ ନେଇଥଲା । ଏହି ଟିକା ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ DCGIର ଅନୁମତି ମିଳି ସାରିଛି ।

Other Stories