ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ କରୋନା ଭାଇରସ୍ : WHO

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ଭାଇରସ୍‌କୁ ନେଇ ଏକ  ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚିନ୍ତା ଆହୁରି ବଢ଼ି ଯାଇଛି। ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ କରୋନା ଭାଇରସ୍। ଏହି ଆଶଙ୍କାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମଧ୍ୟ ଖଣ୍ଡନ କରି ପାରିନାହିଁ।

ଅତ୍ୟଧିକ ଭିଡ଼ ଥିବା ସ୍ଥାନରେ ଭାଇରସ୍ ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ ବୋଲି WHO କହିଛି। ବାୟୁ ଦ୍ୱାରା ଭାଇରସ୍ ବ୍ୟାପୁଥିବା ଖବର ପ୍ରଚାର ହେବା ପରେ ଏ ନେଇ ଅନେକ ଗବେଷଣା ମଧ୍ୟ କରାଯାଇଛି। ତେବେ ଏହାର କୌଣସି ପ୍ରମାଣ ମିଳିନାହିଁ। ତଥାପି ବାୟୁ ଦ୍ୱାରା ଭାଇରସ୍ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ସୂଚନାଥାଉ କି, କରୋନା ଭାଇରସ୍ ବାୟୁବାହିତ ବୋଲି ପୂର୍ବରୁ WHO ଖଣ୍ଡନ କରିଥିଲା। ତେବେ ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ମତ ବଦଳାଇଛି। ବାୟୁ ଦ୍ୱାରା କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି WHO କହିଛି।

ସାରା ବିଶ୍ୱରେ ଏବେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏଭଳି ତଥ୍ୟ ନିଶ୍ଚିତ ଭାବେ ଚିନ୍ତାଜନକ। ତେବେ ସବୁବେଳେ ମାସ୍କ ପିନ୍ଧିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

You might also like