ରାସ୍ତା ଘାଟରେ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁ ଦୂର ହେବନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ରାସ୍ତା ଘାଟରେ ଜୀବାଣୁନାଶକାରୀ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁକୁ ଦୂର କରାଯାଇ ପାରିବ ନାହିଁ। ବରଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି।

କରୋନା ଭୂତାଣୁ ମାରିବାକୁ କରାଯାଉଥିବା ଷ୍ଟ୍ରିଟ ସାନିଟାଇଜେସନ ଏକ ନିଷ୍ଫଳ ପ୍ରୟାସ। କାରଣ ରାସ୍ତା କିମ୍ବା ମାର୍କେଟ ପ୍ଲେସରେ ରସାୟନ ଦ୍ରବଣ ପଡ଼ିବା ପରେ ଅଳିଆ, ଆବର୍ଜନା ସଂସ୍ପର୍ଶରେ ଆସି ଏହି ରସାୟନ ନିଷ୍କ୍ରିୟ ହୋଇଯାଇଥାଏ। ଏହି ଜୀବାଣୁନାଶକାରୀ ସିଞ୍ଚନ ଦ୍ୱାରା ମଣିଷର ଉଭୟ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି WHO କହିଛି।

ମଣିଷ ଶରୀରରେ କ୍ଲୋରିନ କିମ୍ବା ଅନ୍ୟ ବିଷାକ୍ତ ରସାୟନ ପଡ଼ିଲେ ଏହା ଆଖି ଓ ଚର୍ମ ରୋଗ ସୃଷ୍ଟି କରିବା ସହ ଅନ୍ୟ ଖରାପ ପ୍ରଭାବ ପକାଇଥାଏ। କେବଳ ରାସ୍ତାଘାଟ ନୁହେଁ ଘର ଭିତରେ ବି ଏଭଳି କେମିକାଲ ସିଞ୍ଚନ କରିବାକୁ WHO ବାରଣ କରିଛି।

ଆହୁରି ପଢ଼ନ୍ତୁ

You might also like