ଛେପ ପକାଇଲେ ମିଳିବ ଏମିତି ଦଣ୍ଡ…

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ବୋଲି ଲୋକଙ୍କୁ ଚେତାବନୀ ଦିଆଯାଇଲା। ହେଲେ ଏବେ ଏହି ଜରିମାନକୁ ୧୦ ଗୁଣ ବଢି ଯାଇଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଲୋକଙ୍କୁ ଦଶ ଗୁଣ କିମ୍ୱା ତା‘ଠୁ ଅଧିକ ଜୋରିମାନା ଭରିବାକୁ ପଡିବ ବୋଲି ଏମସିଡି (MCD)ସାନିଟାରୀ ଅଧିକାରୀ କହିଛନ୍ତି।

ସେତିକି ନୁହେଁ, ଯଦି କେହି ହଟସ୍ପଟ୍‌, କଣ୍ଟେନମେଣ୍ଟ ଜୋନ୍‌ କିମ୍ୱା କରୋନା ପ୍ରଭାବିତ ଅଞ୍ଚଳରେ ଛେପ ପକାଉଛନ୍ତି, ତେବେ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ଦିଆଯାଇପାରିବ। ଗୁରୁବାର ଦିନ ଏହି ନିୟମ ତିନୋଟି ଏମସିଡି ଅଞ୍ଚଳରେ ଜାରି କରାଯାଇଛି। ପୂର୍ବରୁ ସର୍ବସାଧାରଣରେ ଛେପ ପକାଇଲେ MCD ୨୦୦ ଟଙ୍କା ଜୋରିମାନା ଆଦାୟ କରୁଥିଲା ।

ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏକ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମାମଲାରେ ଏମସିଡି ସାନିଟାରୀ ଅଧିକାରୀ, ଜଣେ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି। କାରଣ କରୋନା ଭାଇରସର ସଂକ୍ରମଣ ଛେପ ମାଧ୍ୟମରୁ ହିଁ ଶୀଘ୍ର ବ୍ୟାପିଥାଏ।

 

You might also like