ତ୍ୱରାନିତ ହେବ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରାଯିବ ବୋଲି ମେଘାଳୟ ସରକାର କହିଛନ୍ତି। ତେବେ ଦୁର୍ଘଟଣାସ୍ଥଳରୁ ଦୁର୍ଗନ୍ଧ ବାହାରିବା ପରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି।

ଖଣିରେ ଫସି ରହିଥିବା ଶ୍ରମିକଙ୍କ ଗଳିତ ମୃତଦେହରୁ ଏହି ଦୁର୍ଗନ୍ଧ ଆସୁଥିବା ସନ୍ଦେହ କରାଯାଉଛି। ତେବେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶ୍ରମିକଙ୍କ ଉଦ୍ଧାର ପାଇଁ ଏନ୍‌ଡିଆରଏଫ୍ ପକ୍ଷରୁ ଉଦ୍ୟମ କରାଯାଉଥିଲା। କିନ୍ତୁ ତିନି ଦିନ ହେବ ଖଣିରୁ ପାଣି ବାହାର କରାଯାଇ ପାରୁ ନଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା।

ଡିସେମ୍ବର ୧୩ରୁ ମେଘାଳୟର ପୂର୍ବ ଜଇନ୍ତିଆ ପାହାଡ଼ ସ୍ଥିତ ଏକ ବେଆଇନ୍‌ କୋଇଲା ଖଣିରେ ୧୫ ଜଣ କର୍ମଚାରୀ ଫସି ରହିଛନ୍ତି। ସେମାନେ ଏବେ ବି  ସେଠାରେ ଫସି ରହିଛନ୍ତି। ଉଦ୍ଧାର ପାଇଁ ଏବେ ଉଚ୍ଚକ୍ଷମତା ସମ୍ପନ୍ନ ପାଣି ପମ୍ପ ଆବଶ୍ୟକ ବୋଲି ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି।

 

You might also like