ଯବାନଙ୍କ ପାଇଁ ଗଡ଼ିବ ଦୁଇଟି ଟ୍ରେନ୍‌

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍। ସୀମାରେ କାର୍ଯ୍ୟରତ ଯବାନଙ୍କ ପାଇଁ ଏହି ଦୁଇଟି ଟ୍ରେନ୍‌କୁ ଚଲାଯିବ। ଉତ୍ତର ଏବଂ ପୂର୍ବାଞ୍ଚଳ ସୀମା ପାଇଁ ସ୍ୱତନ୍ତ୍ର ଭାବେ ଏହି ଦୁଇଟି ଟ୍ରେନ୍ ଚଳାଚଳ କରିବ।

ଉଭୟ ଟ୍ରେନ୍ ବେଙ୍ଗାଲୁରୁରୁ ଚାଲିବାକୁ ଥିବା ବେଳେ ଆସନ୍ତାକାଲି ଏଥିରୁ ଗୋଟିଏ ଟ୍ରେନ୍ ବାହାରିବ। ବେଙ୍ଗାଲୁରୁରୁ ପ୍ରଥମ ଟ୍ରେନ୍‌ଟି ବାହାରି ଭାୟା ଅମ୍ବାଲା ହେଇ ଜମ୍ମୁରେ ପହଞ୍ଚିବ।

ସେହିପରି ଦ୍ୱିତୀୟ ଟ୍ରେନ୍‌ଟି ୧୮ ତାରିଖ ଦିନ ବେଙ୍ଗାଲୁରୁରୁ ବାହାରି ବେଲଗାମ୍, ସିକନ୍ଦରାବାଦ୍ ଏବଂ ଗୋପାଳପୁର ହୋଇ ଗୌହାଟିରେ ପହଞ୍ଚିବ।

ଭାରତୀୟ ସେନାର ବିଭାଗ A ଓ B ଟ୍ରେନିଂ ଲାଗି ଭିଡ଼ କମାଇବାକୁ ପୃଥକ ପୃଥକ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଉତ୍ତର-ପୂର୍ବାଞ୍ଚଳ ସୀମାରେ ମୁତୟନ ସେନାଙ୍କ ଯାତାୟତ ପାଇଁ ଟ୍ରେନ୍ ଜରୁରୀ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଟ୍ରେନ୍‌ଟିକୁ ଚଲାଯାଉଛି।

ବିଧିବଦ୍ଧ ଟ୍ରେନିଂ ପରେ ସୀମାରେ ମୁତୟନ ରହିବେ ସଂପୃକ୍ତ ଯବାନ। ଆଗାମୀ ସପ୍ତାହରେ ଆଉ କିଛି ଟ୍ରେନ୍ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଯୋଜନା କରାଯାଇଛି। ଏହାସହ ବାଧ୍ୟତାମୂଳକ କାରେଣ୍ଟାଇନ୍‌ରେ ଥିବା ଯବାନଙ୍କୁ ନେବା ଆଣିବା ପାଇଁ ଏହି ଟ୍ରେନ୍ ସହାୟକ ହେବ।

You might also like