ଆଜିଠୁ ଟ୍ରେନ୍‌ରେ ଫେରିବେ ବାହାର ରାଜ୍ୟରେ ଫସିଥିବା ଲୋକେ

ନୂଆଦିଲ୍ଲୀ: ପ୍ରବାସୀମାନେ ନିଜ ନିଜ ଅଞ୍ଚଳକୁ ଯିବା ଲାଗି ସୁବିଧା କଲେ କେନ୍ଦ୍ର ସରକାର। ଯେକୌଣସି ରାଜ୍ୟରେ ଫସିଥିବା ଲୋକେ ଆଜି ଠାରୁ ଟ୍ରେନ୍‌ ଜରିଆରେ ଫେରିପାରିବେ ବୋଲି ଯୁଗ୍ମ ସଚିବ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଯେଉଁ ଯେଉଁ ରାଜ୍ୟରେ ଲକଡାଉନ୍ ପରେ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଫସି ରହିଛନ୍ତି ସେମାନଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍।

କରୋନା ଅପଡେଟ ନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ଯେ ବିଭିନ୍ନ ରାଜ୍ୟରେ ଫସିଥିବା ଲୋକେ ଆଜି ଠାରୁ ଟ୍ରେନ ଜରିଆରେ ଫେରିପାରିବେ। ଶ୍ରମିକ, ବିଦ୍ୟାର୍ଥୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଟ୍ରେନରେ ଫେରିପାରିବେ। ନିଜ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଟ୍ରେନ ଜରିଆରେ ଫେରିପାରିବେ। ଏନେଇ ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଉଭୟ ରେଲୱେ ବୋର୍ଡ-ସଂପୃକ୍ତ ରାଜ୍ୟ ମିଳିତ କାମ କରିବେ। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ପରିବହନ କରାଯିବ।
ଯାତ୍ରୀମାନଙ୍କ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁରକ୍ଷା ସ୍ପଷ୍ଟ ହେବା ଜରୁରୀ ବୋଲି ସେ କହିଛନ୍ତି। ଏନେଇ ସବିଶେଷ ଗାଇଡଲାଇନ ପରେ ଜାରି ହେବ ଗୃହ ମନ୍ତ୍ରାଳୟ କହିଛି।

ଯେଉଁ ରାଜ୍ୟରେ ଫସି ରହିଛନ୍ତି ଶ୍ରମିକ ସଂପୃକ୍ତ ରାଜ୍ୟର ସରକାର ରେଳେୱେ ବୋର୍ଡଙ୍କ ସହ ଆଲୋଚନା କରିବେ। ରେଳ ବିଭାଗ ଏନେଇ ନୋଡାଲ୍ ଅଫିସର୍ ନିଯୁକ୍ତ କରିବେ। ଏହାସହ ଟିକେଟ୍ ବିକ୍ରି ଓ ସାମାଜିକ ଦୂରତାକୁ ଗୁରୁତ୍ୱ ସହ ଧ୍ୟାନରେ ରଖିବେ ବୋଲି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହାସହ ଯାତ୍ରୀଙ୍କ ଫେରିବା ବେଳର ସୁରକ୍ଷାକୁ ବି ଧ୍ୟାନରେ ରହିବାକୁ କୁହାଯାଇଛି।

ଏହାଛଡ଼ା ରାଜ୍ୟରେ ଚଳାଚଳ କରୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଚଳପ୍ରଚଳ କରୁଥିବା ଟ୍ରକ ପାଇଁ କୌଣସି ସ୍ୱତନ୍ତ୍ର ପାସ୍ ଆବଶ୍ୟକ ନାହିଁ। ଏପରିକି ଖାଲିରେ ଯାଉଥିବା ଟ୍ରକ୍ ପାଇଁ ବି ସ୍ୱତନ୍ତ୍ର ପାସ୍ ଆବଶ୍ୟକ ନାହିଁ ବୋଲି ପୂର୍ବ ନିର୍ଦ୍ଦେଶକୁ ପୁଣି ଦୋହରେଇଛନ୍ତି ଗୃହ ମନ୍ତ୍ରଣାଳୟ।

You might also like