ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଶହ ଶହ ଶ୍ରମିକ। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ।  ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ତେଲେଙ୍ଗାନା ହାଇଦ୍ରାବାଦରୁ ବାହାରିଛି । ଏହି ସ୍ୱତନ୍ତ୍ର ଟ୍ରେନ ୧୨୦୦ ଶ୍ରମିକଙ୍କୁ ନେଇ  ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି।

ଏହି ଟ୍ରେନ୍‌ ହାଇଦ୍ରାବାଦ ଲିଙ୍ଗମପଲ୍ଲୀ ଷ୍ଟେସନରୁ ଝାଡ଼ଖଣ୍ଡର ହଟିଆକୁ ଯାତ୍ରା କରିବ । ଟ୍ରେନ୍ରେ ୨୪ଟି ବଗି ଥିବାବେଳେ ସାମାଜିକ ଦୂରତ୍ୱକୁ ପାଳନ କରି ଯାତ୍ରୀକୁ ବସା ଯାଇଛି । ପ୍ରତି ବଗିରେ ୫୪ ଜଣ ଲେଖାଏଁ ଯାତ୍ରୀ ରହିଛନ୍ତି। ପ୍ରତି ବଗିରେ ୭୨ ଜଣ ଲେଖାଏଁ ବସିବାର ସୁବିଧା ଥିଲେ ମଧ୍ୟ କମ ସଂଖ୍ୟକ ଯାତ୍ରୀଙ୍କୁ ନିଆଯାଉଛି ।

ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ରେଲୱେ ପକ୍ଷରୁ ଏହି  ସ୍ୱତନ୍ତ୍ର ଟ୍ରେନ୍‌ରେ ଶ୍ରମିକମାନଙ୍କୁ ଝାଡ଼ଖଣ୍ଡକୁ ନିଆଯାଉଛି ।ରାତି ୧୧ଟାରେ ଏହି ଟ୍ରେନ୍ ହଟିଆରେ ପହଞ୍ଚିବ। ବାଟରେ କୌଣସି ଷ୍ଟେସନରେ ଏହି ଟ୍ରେନ ରହିବ ନାହିଁ ବୋଲି ଆରପିଏଫ ନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି।

ଏହି ପ୍ରବାସୀ ଶ୍ରମିକ ପହଞ୍ଚିବା ପରେ ରାଜ୍ୟ ସରକାର ସମସ୍ତଙ୍କୁ ଏକାନ୍ତବାସରେ ରଖିବା ସହିତ କରୋନା ପରୀକ୍ଷା କରାଇବେ।

 

You might also like