SBIଙ୍କ ମେଗା ଇ-ଅକ୍ସନ, ଶସ୍ତାରେ ପ୍ରପର୍ଟି କିଣିବା ଲାଗି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ପ୍ରପର୍ଟି କିଣିବା ଯୋଜନାରେ ଆପଣ ଅଛନ୍ତି କି। ଯଦି ହଁ ତାହେଲେ ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଉଛି ଏମିତି ଅଫର। ଆସନ୍ତାକାଲିଠାରୁ ଏସବିଆଇ ଆୟୋଜନ କରୁଛି ଏହି ମେଗା ଅକ୍ସନ। ଯେଉଁ ଲୋକେମାନେ ସମ୍ପତ୍ତି ବନ୍ଧକ ରଖି ଋଣ ନେଇଥିଲେ, ଟଙ୍କା ପରିଶୋଧ କରିବାରୁ ଏସବିଆଇ ସେମାନଙ୍କର ବନ୍ଧକ ସମ୍ପତ୍ତି ନିଲାମ କରିବାକୁ ଯାଉଛି

ଏସବିଆଇର ଏହି ମେଗା ନିଲାମରେ ଘର, ପ୍ଲଟ, କମର୍ସିଆଲ ସ୍ଥାନ, ପ୍ଲାଣ୍ଟ, ମେସିନାରୀ, ଗାଡ଼ି ସମେତ ଅନେକ ଜିନଷ ରଖାଯାଇଛି। ଜଣେ ବ୍ୟକ୍ତି ଚାହିଁଲେ ଅନଲାଇନ ମାଧ୍ୟମରେ ଆବେଦନ କରି ଏହି ନିଲାମରେ ଭାଗ ନେଇ ପାରିବେ। ସଂପର୍କରେ ଅଧିକ ସୂଚନା ଏସବିଆଇ ତାର ଟ୍ୱିଟ୍ହ୍ୟାଣ୍ଡଲରେ ସୂଚିତ କରିଛି

ତେବେ ନିଲାମରେ ଭାଗ ନେବା ପୂର୍ବରୁ ସବୁ କଥା ଉପରେ ଧ୍ୟାନ ଦେବା ନିହାତି ଦରକାର। ଯେମିତିକି ଯଦି ଆପଣ ନିଲାମରେ ଅଂଶ ଗ୍ରହଣ କରିବାକୁ ଆଗ୍ରହୀ ତାହେଲେ ଆପଣଙ୍କୁ ଏଥି ଲାଗି ଇଏମଡି ବା ଏର୍ଣ୍ଣେଷ୍ଟ ମନି ଡିପୋଜିଟ ଦେବାକୁ ପଡିବ। ସେହିପରି ବ୍ରାଞ୍ଚରେ କେୱାଇସି ବିବରଣୀ ସମେତ ସମସ୍ତ କାଗଜାତ ଦାଖଲ କରିବାକୁ ହେବ। ଏହା ସହ ଭେଲିଡ ଡିଜିଟାଲ ସିଗନେଚର ମଧ୍ୟ ଜରୁରି। ବ୍ୟାଙ୍କ ବ୍ରାଞ୍ଚରେ ଇଏମଡି କେୱାଇସି ଡକ୍ୟୁମେଣ୍ଟ ଜମା କରିବା ପରେ ନିଲାମକାରୀଙ୍କ ପକ୍ଷରୁ ବିଡର୍ସଙ୍କୁ ତାଙ୍କ ମେଲରେ ଲଗଇନ ଆଇଡି ପାସୱାର୍ଡ ପ୍ରଦାନ କରାଯିବ। ଏହା ପରେ ଆପଣ ଏସବିଆଇର ନିଲାମରେ ଅଂଶ ଗ୍ରହଣ କରି ପାରିବେ

ଏସବୁ ଭିତରେ ଆପଣ ଜାଣନ୍ତୁ କେଉଁ ସବୁ ସମ୍ପତ୍ତି ନିଲାମ ହୋଇଥାଏ। ଜଣେ ଲୋକକୁ ଋଣ ଦେବା ଲାଗି ବ୍ୟାଙ୍କ ସମାନ ମୂଲ୍ୟର ସମ୍ପତ୍ତି ବନ୍ଧକ ରଖିଥାଏ। ଯଦି ଗ୍ରାହକ ଋଣ ପୈଠ କରିବାରେ ବିଫଳ ହୁଅନ୍ତି ତେବେ ବ୍ୟାଙ୍କ ବନ୍ଧକ ସମ୍ପତ୍ତି ନିଲାମ କରି ଋଣ ବାବଦ ରାଶି ଭରଣା କରନ୍ତି। କେବଳ ବନ୍ଧକ ନୁହେଁ ବ୍ୟାଙ୍କ ନ୍ୟାୟାଳୟଙ୍କ ଦ୍ୱାରା କୋରକ ସମ୍ପତ୍ତିର ମଧ୍ୟ ନିଲାମ କରାଯାଇଥାଏ

You might also like