ଆଧାର କାର୍ଡ ନଥିଲେ ବି ମିଳିବ ଗ୍ୟାସ ସବସିଡ଼ି ଟଙ୍କା

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆଧାର କାର୍ଡ ନଥିଲେ ବି ଏଣିକି ଆପଣ ପାଇପାରିବେ ଗ୍ୟାସ ସଡସିଡି। ଆଜ୍ଞା ହଁ, ବିନା ଆଧାର କାର୍ଡରେ ମିଳିପାରିବ ଗ୍ୟାସ ସବସିଡି ଟଙ୍କା। ଯଦି ଆପଣ କେବେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ସବସିଡି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ। ଗ୍ୟାସ ପାଇଁ ନିର୍ଧାରିତ ହୋଇଥିବା ଟଙ୍କାକୁ ଛାଡି ଦେବା ପରେ ଆପଣଙ୍କର ବକେୟା ଟଙ୍କା ନିଜ ଆକାଉଣ୍ଟକୁ ପଳାଇ ଆସିଥାଏ। ସବସିଡି ଲାଭ ପାଇବାକୁ ଗ୍ରାହକଙ୍କୁ ନିଜ ଗ୍ୟାସ କନେକ୍ସନ ସହ ଆଧାର କାର୍ଡ ଲିଙ୍କ କରିବାକୁ ପଡିଥାଏ। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ କିମ୍ବା କୌଣସି କାରଣ ବଶତଃ ଆଧାର କାର୍ଡ ବ୍ୟାଙ୍କ କିମ୍ବା ଏଲପିଜି କନେକ୍ସନ ସହ ଲିଙ୍କ କରିପାରିନାହାନ୍ତି ତାହେଲେ ମଧ୍ୟ ଆପଣଙ୍କୁ ଗ୍ୟାସ ସବସିଡି ମିଳିପାରିବ। କିନ୍ତୁ ସେହି ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ଏହି ଛୋଟିଆ କାମ କରିବାକୁ ପଡ଼ିବ।

ଯଦି ଆପଣଙ୍କ ଆଧାର କାର୍ଡର ବ୍ୟାଙ୍କ ଖାତା ସହ ଲିଙ୍କ୍ କଟିଯାଇଛି ତେବେ ଏହି ଉପାୟରେ ପାଆନ୍ତୁ ସବସିଡ଼ି ଟଙ୍କା

୧. ପ୍ରଥମେ, ଗ୍ୟାସ ସବସିଡି ପାଇବାକୁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସି ଯାଇ ଏଲପିଜି ଡିଷ୍ଟ୍ରିବ୍ୟୁଟରକୁ ନିଜର ବ୍ୟାଙ୍କ ଖାତା ନମ୍ବର ଦେବାକୁ ହେବ।

୨. ପରେ ବ୍ୟାଙ୍କ୍ ଖାତା ବାବଦରେ ସମସ୍ତ ତଥ୍ୟ ସହ ଯାହାଙ୍କ ନାଁରେ ଖାତା ଅଛି ତାଙ୍କ ନାଁ, ଖାତା ନମ୍ବର ଓ ସମ୍ପୃକ୍ତ ବ୍ୟାଙ୍କ ଶାଖାର IFSC କୋର୍ଡ଼ ସହ ଏଲପିଜିର କଞ୍ଜୁମର ନମ୍ବର ଦେବାକୁ ପଡ଼ିବ।

୨. ଏହାପରେ ଗ୍ରାହକଙ୍କ ସବସିଡି ରାଶି ସିଧା ତାଙ୍କ ବ୍ୟାଙ୍କ ଖାତାରେ ଜମା ହେବ।

ତେବେ ଏମିତି ଭାବରେ ଆପଣ ନିଜ ଗ୍ୟାସର ସଡସିଡ଼ି ଟଙ୍କା ପାଇପାରିବେ….

୧. ଅନଲାଇନ ତରିକାରେ ଲିଙ୍କ କରିପାରିବେ –

– ଅନଲାଇନ ଲିଙ୍କ କରିବାକୁ ନିଜ ମୋବାଇଲ ନମ୍ବରକୁ ଇଣ୍ଡେନ ଗ୍ୟାସ କନେକ୍ସନରେ ରେଜିଷ୍ଟର କରନ୍ତୁ

– ଏହାପରେ ଆଧାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

– ଏଠାରେ ସବୁ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ

– ବେନେଫିଟ ଟାଇପରେ ଏଲପିଜି, ସ୍କିମର ନାଁ, ବିତରକ ନାଁ ଓ ଗ୍ରାହକ ସଂଖ୍ୟା ଦିଅନ୍ତୁ

– ଏହାପରେ ଆଧାର ନମ୍ବର ଦେବା ପୂର୍ବରୁ ମୋବାଇଲ ନମ୍ବର ଓ ନିଜର ଇ-ମେଲ ଆଇଡି ଦିଅନ୍ତୁ

– ଏହାପରେ ସବମିଟ୍ ଅପସନରେ କ୍ଲିକ୍ କରନ୍ତୁ

– ଏହାପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର, ଇମେଲକୁ ଏକେ ଓଟିପି ଆସିବ

– ଆଉ ପରେ ଓଟିପି ଦେଇ ଓକେ ଅପସନରେ କ୍ଲିକ୍ କଲେ ଆପଣଙ୍କ ଆଧାର ଲିଙ୍କ୍ ହୋଇଯିବ

. ଏହାସହ ଆପଣ କଷ୍ଟମର ସର୍ଭିସ ସେଣ୍ଟରକୁ କଲ କରି ଗ୍ୟାସ ଆଧାରକୁ ମଧ୍ୟ ଲିଙ୍କ କରିପାରିବେ –

– ପ୍ରଥମେ ଇଣ୍ଡେନ ଗ୍ୟାସ ଗ୍ରାହକ କଷ୍ଟମର କେୟାର ନମ୍ବରକୁ ଫୋନ କରି ନିଜ ଗ୍ୟାସ କନେକ୍ସନକୁ ଆଧାର ସହ ଲିଙ୍କ କରିପାରିବେ

– ଏଥିପାଇଁ ଗ୍ୟାସ କନେକ୍ସନରେ ରେଜିଷ୍ଟର ମୋବାଇଲ ନମ୍ବରରୁ 1800 2333 555  ନମ୍ବରକୁ ଫୋନ କରିବାକୁ ହେବ

ଏହି ଉପାୟରେ ଆପଣ ନିଜର ଆଧାରକୁ ଲିଙ୍କ୍ କରିପାରିବେ ବୋଲି ସୂଚନା ରହିଛି। କାରଣ ଅନେକ ସମୟରେ ଆଧାର ଲିଙ୍କ ହୋଇନଥିବା କାରଣରୁ ଗ୍ୟାସ ସବସିଡି ଟଙ୍କା ଗ୍ରାହକମାନେ ପାଉନଥିବା ଅଭିଯୋଗ କରନ୍ତି, କିନ୍ତୁ ଏହି ଉପାୟ ମାଧ୍ୟମରେ ଆପଣ ନିଜର ଆଧାର କାର୍ଡ ଲିଙ୍କ କରାଇବା ସହ ନିଜର ସମସ୍ତ ସବସିଡି ଟଙ୍କା ପାଇପାରିବେ ବୋଲି ସୂଚନା ରହିଛି।

You might also like