ଭାରତୀୟ ସେନାର ଏୟାରଷ୍ଟ୍ରାଇକ ପରେ ତ୍ରାହି ତ୍ରାହି ଡାକିଥିଲା ପାକିସ୍ତାନ

୯୦ ସେକେଣ୍ଡରେ ଖେଳ ଖତମ୍‌

  • ୯୦ ସେକେଣ୍ଡରେ ଖେଳ ଖତମ୍‌
  • ପାକିସ୍ତାନରେ ପଶି ଆତଙ୍କୀ ଶିବିର ଧ୍ୱଂସ୍ତ କରିଥିଲେ ବାୟୁବୀର

ନୂଆଦିଲ୍ଲୀ: ପାକିସ୍ତାନ ଭୁଲିବନି ୨୬ ଫେବୃଆରୀର ରାତି। ଦୁଇ ବର୍ଷ ପରେ ବି ଛାତିରେ ଛନକା ସୃଷ୍ଟି କରୁଥିବ ବାଲାକୋର୍ଟ ଏୟାରଷ୍ଟ୍ରାଇକ୍ ଶବ୍ଦ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍। ୧୪ ଫେବ୍ରୁଆରୀରେ ପୁଲଓ୍ଵାମା ବିସ୍ଫୋରଣରେ ଦେଶ ହରାଇଥିଲା ୪୦ ବୀରପୁତ୍ରଙ୍କୁ, ଆଉ ତା’ର ଠିକ ୧୨ ଦିନ ଦିନ ପରେ ଦେଶବାସୀଙ୍କ ମନରେ ଜଳୁଥିବା ପ୍ରତିଶୋଧର ନିଆଁକୁ ଆତଙ୍କବାଦୀଙ୍କ ରକ୍ତରେ ଥଣ୍ଡା କରିଥିଲେ ଭାରତୀୟ ବାୟୁସେନା। ୨୬ ଫେବ୍ରୁଆରୀ ଅନ୍ଧାର ରାତିରେ ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ପାକିସ୍ତାନରେ ନିର୍ଭୟରେ ପଶିଥିଲେ ସାହସୀ ବାୟୁବୀର।

ଫେବୃଆରୀ ୨୬  ଭୋର ୩ଟା ୩୦ରୁ ଆରମ୍ଭ ହୋଇଥିଲା ମିଶନ୍। ପାକିସ୍ତାନର ସୀମାରେ ପଶି ବୀରପୁତ୍ରଙ୍କ ରକ୍ତର ପ୍ରତିଶୋଧ ଆତଙ୍କୀଙ୍କ ମୃତ୍ୟୁରେ ଶେଷ କରିଥିଲା ଭାରତ। ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସୀମାରେ ପଶି ସେଠି କାୟା ବିସ୍ତାର କରୁଥିବା ଆତଙ୍କବାଦୀମାନଙ୍କୁ ସଂହାର କରିବା ପାଇଁ ଆକାଶମାର୍ଗରୁ ଆକ୍ରମଣ କରିବାକୁ ଚିନ୍ତା କରାଯାଇଥିଲା। ଆଉ ସେଥିପାଇଁ ମିରାଜ୍-୨୦୦୦ର ବ୍ୟବହାର ଆଶାନୁରୂପ ଫଳ ଦେବ ବୋଲି ବିଚାର କରାଯାଇଥିଲା।

ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି।  ଭାରତୀୟ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ପକାଇଥିଲେ । ମାତ୍ର ୯୦ ସେକେଣ୍ଡରେ ଆତଙ୍କୀଙ୍କ ଖେଳ ଖତମ କରିଥିଲେ ଭାରତୀୟ ବାୟୁ ବୀରମାନେ। ଜୀବନ ବଂଚାଇବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଥିଲେ ଆତଙ୍କୀ,ହେଲ ବଞ୍ଚିପାରିନଥିଲା। ପାକିସ୍ତାନରେ ପଶି ୩୦୦ ଆତଙ୍କୀଙ୍କୁ ମାରିଦେଇଥିଲେ ଭାରତୀୟ ଯବାନ।

ତେବେ ଏହି ସ୍ୱତନ୍ତ୍ର ଅପରେସନର ସାଙ୍କେତିକ ନାମ ରଖାଯାଇଥିଲା ବନ୍ଦର। ମିଶନର ଯେପରି କୌଣସି ସୂଚନା ନମିଳେ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା । ଅତି ଗୋପନୀୟତାର ସହ ମିଶନର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ  ହୋଇଥିଲା। ମିଶନରେ ଯାଉଥିବା ବୀରଙ୍କ ପରିବାର ତଥା ନିକଟତମ ସଂପର୍କୀୟମାନେ ମଧ୍ୟ ଏ ମିଶନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଅପରେସନର ନିର୍ଦ୍ଦିଷ୍ଟ ତାରିଖ ଓ ସମୟ  ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନଥିଲା। ପାକିସ୍ତାନ ବିରୋଧରେ ଏହାଥିଲା ଭାରତର ସବୁଠାରୁ ସଫଳ ପଦକ୍ଷେପ। ଯାହାକୁ ପ୍ରତ୍ୟେକ ଦେଶବାସୀ ସାଲ୍ୟୁଟ୍‌ କରୁଛନ୍ତି।

You might also like