ଏଲଆଇସିର ନୂଆ ପଲିସି: ମାତ୍ର ୨୦୦ ଟଙ୍କା ଦେଲେ ମିଳିବ ସାରା ଜୀବନ ବୀମାର ସୁବିଧା

ଏଲଆଇସିର ନୂଆ ପଲିସି

  • ଏଲଆଇସିର ନୂଆ ପଲିସି
  • ମାତ୍ର ୨୦୦ ଟଙ୍କାରେ ପାଇବେ ସାରା ଜୀବନ ବୀମା

ନୂଆଦିଲ୍ଲୀ: ଆମେ ସମସ୍ତେ ବର୍ତ୍ତମାନ ସମୟରେ ନିଜର ଲାଇଫ୍ ଇନସ୍ୟୁରାନ୍ସ କରୁଛନ୍ତି। କାରଣ ନିଜ ଫ୍ୟାମିଲିର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଲାଇଫ୍ ଇନସ୍ୟୁରାନ୍ସ ନେବା ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡ଼ିଛି। କାରଣ ଦରକାର ଥିବା ସମୟରେ ଏହି ଟଙ୍କା ହିଁ ଆପଣଙ୍କୁ ସାହାଯ୍ୟ କରେ। ଏହାରି ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ଆମ ଆଦମୀ ବୀମା ଯୋଜନା ନାଁରେ ଏକ ସାମାଜିକ ସୁରକ୍ଷା ପଲିସି ଆରମ୍ଭ କରିଥିବା ଜଣାପଡିଛି। ଏହି ଯୋଜନା ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଆରମ୍ଭ କରାଯାଇଛି ।

ଆପଣ ଯଦି ଏହି ବୀମାରେ ନିଜକୁ ଅନ୍ତଭୁକ୍ତ କରିବା ପାଇଁ ଇଚ୍ଛା କରୁଥିବେ ତେବେ କରିପାରିବେ। କିନ୍ତୁ ଆବେଦନ କରୁଥିବା ବ୍ୟକ୍ତିଜଣକ ପରିବାରର ମୁଖ୍ୟ ହୋଇଥିବେ ନଚେତ୍ ପରିବାରର ରୋଜଗାରରିଆ ସଦସ୍ୟ ଥିବେ। ଏହାସହ ସହରରେ ରହୁଥିବା ଲୋକ ଯେଉଁମାନଙ୍କୁ ସହରୀ ଅଞ୍ଚଳର ପରିଚୟ ପତ୍ର ମିଳିନି ବା ଗ୍ରାମୀଣ ଭୂମିହୀନ ହୋଇଥିବେ ସେମାନେ ଏହାର ଲାଭ ଉଠାଇପାରିବେ ବୋଲି ଜଣାପଡିଛି।

ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିଲେ, ବୀମା ଯୋଜନା ଅନୁସାରେ ବାର୍ଷିକ ୩୦,୦୦୦ ଟଙ୍କାର କଭର ପାଇଁ ପ୍ରତି ବ୍ୟକ୍ତି ପ୍ରିମିୟମ୍ ୨୦୦ ଟଙ୍କା ଦେବାକୁ ପଡ଼ିବ । ଏଥିରୁ ୫୦ ପ୍ରତିଶତ ସୋସିଆଲ ସିକ୍ୟୁରିଟି ଫଣ୍ଡରୁ ସବସିଡି ମିଳିବ । ଦୁର୍ଘଟଣାରେ ମୃତ୍ୟୁ ହେଲେ ୭୫,୦୦୦ ହଜାର ଟଙ୍କାର ବୀମା  କଭର ମିଳିବ । ଆଂଶିକ ସ୍ଥାୟୀ ବିକଳାଙ୍ଗତା ମାମଲାରେ ୩୭,୫୦୦ ଟଙ୍କାର ବୀମା କଭର ଏବଂ ସମ୍ପୂର୍ଣ୍ଣ ରୂପେ ବିକଳାଙ୍ଗ ମାମଲାରେ ୭୫ ହଜା ଟଙ୍କାର କଭର ମିଳିବ ବୋଲି ଜଣାପଡିଛି।

କେବଳ ଏତିକି ନୁହେଁ ବରଂ ଏହି ବୀମା ଯୋଜନାରେ ନବମରୁ ଦ୍ୱାଦଶ ମଧ୍ୟରେ ପଢୁଥିବା ସର୍ବାଧିକ ୨ ପିଲାଙ୍କୁ ୧୦୦ ଟଙ୍କା ପ୍ରତି ମାସ ସ୍କଲରସିପ୍ ପ୍ରଦାନ କରାଯିବ। ତେବେ ଏହି ସ୍କିମ୍ ପାଇଁ ଆବେଦକଙ୍କୁ ରାସନ କାର୍ଡ, ଜନ୍ମ ପ୍ରମାଣ ପତ୍ର, ଭୋଟର ଆଇଡି, ସରକାରୀ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର, ଆଧାର କାର୍ଡ ଆଦି ଦରକାର ପଡିବ ।

ବର୍ତ୍ତମାନ ସମୟରେ ଏଲଆଇସି ଉପରେ ଅନେକ ଲୋକ ଫୋକସ କରୁଛନ୍ତି। କାରଣ ଜୀବନ ବୀମା କରିବାକୁ ଅନେକ ଗୁରୁତ୍ୱ ମଧ୍ୟ ଦେଉଛନ୍ତି। ତେଣୁ ଆପଣ ବି ଯଦି ଏଲଆଇସି କରିବାକୁ ଇଚ୍ଛା ରଖୁଛନ୍ତି ତେବେ ନିକଟସ୍ଥ ଅଫିସ ସହ ଯୋଗାଯୋଗ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

 

You might also like