ଷ୍ଟେଟ୍ ବ୍ୟାଙ୍କ ଦେଉଛି ବଡ ଉପହାର, ଘରେ ବସି ଉଠାଇବେ ଲାଭ!

SBI ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କରେ ଯଦି ଆକାଉଣ୍ଟ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ବ୍ୟାଙ୍କ ନ ଯାଇ ଘରେ ବସି ଆପଣ ଏହାର ଲାଭ ଉଠାଇ ପାରିବେ। ଏମିତିକି ବ୍ୟାଙ୍କ ନ ଯାଇ ଟଙ୍କା ନେଣଦେଣ କରି ପାରିବେ। ଏବେ ଜାଣନ୍ତୁ, କେମିତି ମିଳିବ ଏ ସୁବିଧା…

ଷ୍ଟେଟ ବ୍ୟାଙ୍କର ବଡ଼ ଘୋଷଣା। ଘରେ ବସି ଲାଭ ପାଇବେ ଗ୍ରାହକ। ଏବେ ଜାଣନ୍ତୁ ଆପଣ କେମିତି ଏହାର ଲାଭ ପାଇ ପାରିବେ। ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏବେ ବ୍ୟାଙ୍କ ନ ଯାଇ ଆପଣ ଘରେ ବସି ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ। ଏମିତିକି ବ୍ୟାଙ୍କ ନ ଯାଇ ଟଙ୍କା ଜମା ମଧ୍ୟ କରି ପାରିବେ। ଏହା ସହ ଘରେ ବସି ବ୍ୟାଙ୍କର ଅନେକ ସୁବିଧା ମଧ୍ୟ ଉଠାଇ ପାରିବେ। ଆମେ କହୁଛୁ ଏସବିଆଇର ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧା ସଂପର୍କରେ। ଟଙ୍କା ନେଣଦେଣଠାରୁ ଆରମ୍ଭ କରି ବ୍ୟାଙ୍କ ସଂପର୍କିତ ସମସ୍ତ କାମ ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ। ନିଜ ଗ୍ରାହକଙ୍କୁ ଷ୍ଟେଟ୍ ବ୍ୟାଙ୍କ ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିଛି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏସବିଆଇ କହିଛି ଯେ, ଏବେ ଆପଣଙ୍କ ବ୍ୟାଙ୍କ ଘର ସାମ୍ନାରେ ରହିଛି। ଆଜି ହିଁ ଡୋରଷ୍ଟେପ୍ ବ୍ୟାଙ୍କିଂ ପାଇଁ ରେଜିଷ୍ଟର କରନ୍ତୁ। ଆଉ ଏହା ସହ ଅନେକ ଫାଇଦାର ଲାଭ ଉଠାନ୍ତୁ। ତେବେ କିପରି ରେଜିଷ୍ଟ୍ରେସନ କରିବେ ଜାଣନ୍ତୁ।

ଡିଏସବି ମୋବାଇଲ ଆପ୍ଲିକେସନ, ପିଏସବିଡିଏସବି ଓ୍ୱେବସାଇଟକୁ ଯାଇ ଆପଣ ରେଜିଷ୍ଟ୍ରେସନ କରି ପାରିବେ। ଏହା ସହ ଟୋଲ ଫ୍ରି ନମ୍ବର ୧୮୦୦୧୦୩୭୧୮୮ ବା ୧୮୦୦୧୨୧୩୭୨୧ରେ କଲ୍ କରି ମଧ୍ୟ ରେଜିଷ୍ଟ୍ରେସନ କରି ହେବ। ନଚେତ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାରେ ମଧ୍ୟ ସମ୍ପର୍କ କରିପାରିବେ।

ଏବେ ଜାଣନ୍ତୁ କଣ ଏହି ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ। ଏସବିଆଇର ଏହି ସୁବିଧା ଦ୍ୱାରା ଜଣେ ଗ୍ରାହକ ଚେକ୍ ଡିପୋଜିଟ୍ କରିବା, ଟଙ୍କା ଉଠାଣ, ଜୀବନ ପ୍ରମାଣ ପତ୍ର ଭଳି ସୁବିଧାର ଲାଭ ଘରେ ବସି ଉଠାଇ ପାରିବେ। କେବଳ ୭୦ ବର୍ଷରୁ ଅଧିକ ବୟସର ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଏହି ସୁବିଧାର ଲାଭ ମିଳିବ। ବ୍ୟାଙ୍କର କୌଣସି କର୍ମଚାରୀ ଆପଣଙ୍କ ଘରକୁ ଯାଇ ବ୍ୟାଙ୍କ ସଂପର୍କିତ ସେବା ଯୋଗାଇ ଦେବେ।

ଜଣେ ଆକାଉଣ୍ଟଧାରୀ ଷ୍ଟେଟ୍ ବ୍ୟାଙ୍କ ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧାରେ ନନ୍ ଫାଇନାନସିଆଲ୍ ସର୍ଭିସେସ୍ ପାଇ ପାରିବେ। ଯେମିତିକି ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର ପିକ୍ ଅପ୍, ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୱେଷ୍ଟ, ଟର୍ମ ଡିପୋଜିଟ୍ ରସିଦ ଏସବିଆଇ ପକ୍ଷରୁ ଘରେ ପହଁଚାଇ ଦିଆଯାଏ।

ଏ ସୁବିଧା ଦେବା ପାଇଁ ଏସବିଆଇ ଘୋଷଣା କରିଛି ସତ, ହେଲେ କିଏ ଏହାର ଲାଭ ପାଇ ପାରିବେ ନାହିଁ। ଯେମିତିକି ଜଏଣ୍ଟ ଆକାଉଣ୍ଟଧାରୀ ଓ ମାଇନର ଆକାଉଣ୍ଟସ୍ ଗ୍ରାହକଙ୍କୁ ଲାଭ ମିଳିବ ନାହିଁ।

You might also like