ଲକ୍ଷେ ଟଙ୍କାରେ ବିଳାସମୟ ଘର, ବଧାଇ ଜଣାଇ ପାଖକୁ ଡାକିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଟୋ ଭିତରେ ବିଳାଶମୟ ଘର। ଆଉ ଘର ଭିତରେ ରହିଛି କିଚେନ ଆଉ ଓ୍ୱାସରୁମ। ଜଣେ ଲୋକ ଚଳିବା ପାଇଁ  ଅଟୋ ଭିତରେ ସବୁ କିଛି ରହିଛି। ଯେମିତି କି ଛାତ ଉପରେ ବସିବା ଓ ଲୁଗାପଟା ଶୁଖାଇବା ପାଇଁ ବ୍ୟବସ୍ଥା ହୋଇଛି। ଖାଲି ଏତିକି ନୁହେଁ, ଭେଣ୍ଟିଲେସନ ପାଇଁ ପ୍ରଚୁର ସ୍ପେସ ରହିଥିବା ବେଳେ ସୌର ଶକ୍ତିରେ ସମସ୍ତ ରୁମକୁ ବିଦ୍ୟୁତକରଣ କରାଯାଇଛି। ଯାହାକୁ ଦେଖିଲା ପରେ ଆପଣଙ୍କ ମନ କହିବ ଏଠାରେ ଥର ରହିବାକୁ।

ଏହି ଅଟୋ ମଧ୍ୟରେ ରହିଛି ମଡର୍ଣ୍ଣ କିଚେନ। ବେସିନଠାରୁ ଆରମ୍ଭ କରି ବାସନକୁସନ ସବୁ କିଛି ଏଠାରେ ରହିଛି। ଜଣେ ଲୋକ ଚଳିବାରେ ଯେମିତି ଅସୁବିଧା ନ ହେବ। ତେବେ ଆମେ କହୁଛୁ ଚେନ୍ନାଇର ଅରୁଣ ପ୍ରଭୁଙ୍କ ଅଟୋ ହାଉସ କଥା। ମାତ୍ର ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ତାଙ୍କ ଅଟୋ ରିକ୍ସାକୁ ବିଳାଶମୟ କାରାଭାନରେ ପରିଣତ କରିଛନ୍ତି। ଯେଉଁଥିରେ ଜଣେ ଲୋକ ସ୍ୱାଚ୍ଛନ୍ଦ୍ୟରେ ଚଳିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି।

ଅରୁଣଙ୍କ ଏପରି ଆରାମପ୍ରଦ ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ସେହି ଘରର ଫଟୋ ନିଜ ଟ୍ୱିଟ ହ୍ୟାଣ୍ଡଲରେ ସେୟାର କରିବା ସହ ଅନୀଲଙ୍କ ଉଦ୍ଦଭାବନକୁ ବେଶ ପ୍ରଶଂସା କରିଛନ୍ତି। ଆଉ ଅଟୋ ହାଉସର ଡିଜାଇନ ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଯେ, ନିଜ କଂପାନୀର ବୋଲେରୋ ପିକଅପରେ ଏପରି କିଛି କରି ଦେଖାଇବାକୁ ଚାହିଁଛନ୍ତି। ସେଥି ପାଇଁ ଅନୀଲଙ୍କୁ ଆମନ୍ତ୍ରିତ କରିବାକୁ ଭୁଲି ନାହାନ୍ତି।

ବଡ଼ ବଡ଼ ଷ୍ଟାରଙ୍କ ଭେନିଟି ଭ୍ୟାନ କଥା ଆମେ ଜାଣିଛେ। ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପପତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଲାଗି ବିଳାଶମୟ ଭାନିଟି ଭ୍ୟାନ ତିଆରି କରୁଛନ୍ତି। ବିଭିନ୍ନ ସମୟରେ ନାମୀଦାମୀ ପତ୍ରପତ୍ରିକାରେ ଯାହାକି ବେଶ ଚର୍ଚ୍ଚା ସାଉଣ୍ଟୁଛି। ହେଲେ ଅରୁଣଙ୍କ ଏହି ଅଟୋ ହାଉସ ଚର୍ଚ୍ଚା ଏବେ ସାରା ଦେଶରେ।

You might also like