ନ୍ୟୁୟର୍କରେ ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟ, ଇଣ୍ଟେରିୟର ଡିଜାଇନକୁ ନେଇ ଚର୍ଚ୍ଚା

ହୋଟେଲ ଖୋଲିବେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆମେରିକାରେ ପରସା ଯିବ ଦେଶୀ ଖାଇବା। ସୋନା ହୋଟେଲରେ ମିଳିବ ଭାରତୀୟ ଆଇଟମ୍। ନ୍ୟୁୟର୍କରେ ଏମିତି ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯାହାର କାମ ଜୋରସୋରରେ ଚାଲିଛି  ବୋଲି ସୂଚନା ମିଳିଛି। ଆମେରିକାର ମେଗା ସିଟି ନ୍ୟୁୟର୍କରେ ‘ସୋନା’ ନାଁରେ ରେଷ୍ଟୁରାଣ୍ଟ ତିଆରି କରୁଛନ୍ତି ପ୍ରିୟଙ୍କା। ଯାହାର ନାଁ ଯେମିତି, ଲୁକ ବି ସେମିତି ରହିଛି । ସୁନା ଭଳି ଚକଚକ କରୁଥିବା ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟ ସୋନାର ନାଁ ଯେବେଠୁ ଆସିଛି, ସେବେଠାରୁ ସମସ୍ତେ ତାହାକୁ ସର୍ଚ୍ଚ କରିବାରେ ଲାଗି ପଡିଛନ୍ତି ସମସ୍ତେ। ଏଇ ନିକଟରେ ନିଜେ ପ୍ରିୟଙ୍କା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଭିତରର ଏକ ଝଲକ ଦେଖାଇଥିଲେ। ଇନଷ୍ଟାଗ୍ରାମରେ ସେ ସେୟାର କରିଥିବା ଏକ ଲିଙ୍କରେ ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟ ସୋନାର ଭିତର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖା ଯାଉଛି।

ପ୍ରିୟଙ୍କାଙ୍କ ସୋନା ରେଷ୍ଟୁରାଣ୍ଟ ଭିତରରୁ ବେଶ କ୍ଲାସି ଏବଂ କୁଲ୍। ଫଟୋଗୁଡ଼ିକୁ ଦେଖିଲେ ଲାଗୁଛି, ଅଭିନେତ୍ରୀ ଏହି ରେଷ୍ଟୁରାଣ୍ଟରେ ଥିବା ସମସ୍ତ ଜିନିଷର ବିଶେଷ ଯତ୍ନ ନେଇଛନ୍ତି। ରେଷ୍ଟୁରାଣ୍ଟର ଗୋଟିଏ ପାର୍ଶ୍ୱରେ ଚେୟାର ଏବଂ ଟେବୁଲ କମ୍ବିନେସନ୍ ରଖାଯାଇଛି। ଅନ୍ୟ ପଟେ ସୁନ୍ଦର କାଉଚ୍ ଦେଖିବାକୁ ମିଳୁଛି। ପ୍ରିୟଙ୍କାଙ୍କ ଡ୍ରିମ ପ୍ରୋଜେକ୍ଟ ସୋନା ରେଷ୍ଟୁରାଣ୍ଟର ଫ୍ଲୋର୍ କାଠରେ ତିଆରି ହୋଇଥିବା ବେଳେ ପ୍ରତି ଟେବୁଲ ଉପରେ ଏକ ଲ୍ୟାମ୍ପ୍ ରଖାଯାଇଛି। ଏହା ସହିତ ଭିତର ଲାଇଟ କମ୍ବିନେସନ୍ ରେଷ୍ଟୁରାଣ୍ଟର ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଉଛି।

କିଛି ଦିନ ପୂର୍ବରୁ ସୋନା ରେଷ୍ଟୁରାଣ୍ଟର କିଛି ଫଟୋ କ୍ୟାପସନ୍ ସହିତ ସେୟାର କରିଥିଲେ ପ୍ରିୟଙ୍କା। ସେଥିରେ ପ୍ରିୟଙ୍କା ଲେଖିଥିଲେ, ‘ସୋନାଙ୍କୁ ଉପସ୍ଥାପନ କରି ମୁଁ ବହୁତ ଖୁସି। ନ୍ୟୁୟର୍କର ଏକ ନୂତନ ରେଷ୍ଟୁରାଣ୍ଟ, ଯେଉଁଥିରେ ମୁଁ ଭାରତୀୟ ରୋଷେଇ ପାଇଁ ମୋର ଭଲ ପାଇବାକୁ ପୂରଣ କରି ପାରିବି। ସୋନାରେ ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ଫ୍ଲେବର୍ସ ଭରି ରହିଛି। ଆଉ ଏହାର କିଚେନକୁ ହରି ନାୟକ ସମ୍ଭାଳିବେ। ସବୁଠାକୁ ବଡ କଥା ହେଲା, ରେଷ୍ଟୁରାଣ୍ଟରେ ଓପନ୍ ନିକ୍ ନେମ୍ ମିମି ନାମକ ଏକ ଡାଇନିଂ ରୁମ୍ ମଧ୍ୟ ରଖାଯାଇଛି। ଚୁଲବୁଲି ନାୟିକା ପ୍ରିୟଙ୍କା ସୋନା ରେଷ୍ଟୁରାଣ୍ଟର ଡାଇନିଂ ରୁମରେ ୩୦ ଜଣ ଏକାଠି ବସି ଖାଇ ପାରିବେ। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରିୟଙ୍କାଙ୍କ ଏହି ଡ୍ରିମ ରେଷ୍ଟୁରାଣ୍ଟ ଖୋଲିବ ବୋଲି କୁହାଯାଉଛି। ତେବେ ଏହି ହୋଟଲରେ ଖାଇଲେ କେତେ ଟଙ୍କା ଦେବାକୁ ପଡିବ ଅର୍ଥାତ୍‌ ଖାଦ୍ୟର ଦାମ କେତେ ରହିବ ତାହାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପ୍ରଶ୍ନ ଦେଖିବାକୁ ମିଳିଛି। କିନ୍ତୁ ଦର ସମ୍ପର୍କରେ କୌଣସି ସୂଚନା  ମିଳିନାହିଁ।

You might also like