ନିର୍ବାଚନ ପୂର୍ବରୁ ଦିଦିଙ୍କ ଘରେ ପୂଜାର୍ଚ୍ଚନା କଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ପୂଜା କଲେ ଜଗୁନୀ

କଲିକତା: ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିଶେଷ ପୂଜାର୍ଚ୍ଚନା। ମମତାଙ୍କ ଘରେ ପୂଜାର୍ଚ୍ଚନା କଲେ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଜଗୁନି ପୂଜାର୍ଚ୍ଚନା କରୁଥିବା ନେଇ ଭିଡିଓ ପୋଷ୍ଟ କରିଛନ୍ତି ମମତା।

ତେବେ ପୂଜା କରିବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଛନ୍ତି ଯେ,ଶୃଙ୍ଖଳାରେ ନିର୍ବାଚନ ପାଇଁ ପୂଜା କରାଯାଇଛି। ମମତା ମୋର ଜଣେ ବଡ଼ ଶିଷ୍ୟା, ସେ ମୋତେ ଡାକିଥିଲେ ବୋଲି କହିଲେ ଜଗୁନି।

ଏହାସହ ପୁରୀ ଗାଡ଼ି ପଠାଇ ଡାକିଥିଲେ, ମୋ ସହ ୭ ଜଣ ପଣ୍ଡିତ ବି ଆସିଛନ୍ତି ବୋଲି କହିଲେ। କେବଳ ଏତିକି ନୁହେଁ ବରଂ ମମତାଙ୍କୁ ମୁଁ ଭାରି ଭଲପାଏ, ତାଙ୍କ ଘରେ ପ୍ରତିବର୍ଷ ପୂଜା ହୁଏ କହିବା ସହ କୋଲକାତା ଗରିଆରେ ତାଙ୍କର ଆଶ୍ରମ ଥିବା ବି କହିଛନ୍ତି ଜଗୁନି।

You might also like