ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କବାଦୀ

ଶ୍ରୀନଗର: ଆତଙ୍କବାଦୀଙ୍କ ଟାଗେର୍ଟରେ ଏବେ ପୁଲିସ୍‌ ଅଧିକାରୀ। ଜାମ୍ମୁ ଓ କାଶ୍ମୀରରେ ଆଉ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି।

ସୂଚନା ଅନୁସାରେ ପୁଲଓ୍ୱାମା ଜିଲ୍ଲାର ଟ୍ରାଲ୍ ଅଞ୍ଚଳରୁ ଗତକାଲି ରାତିରେ ସ୍ପେଶାଲ୍ ପୁଲିସ୍‌ ଅଫିସର ମୁଦାସିର୍‌ ଅହମ୍ମଦ ଲୋନ୍‌ଙ୍କୁ ଆତବାଦୀମାନେ ଘରୁ ଅପହରଣ କରି ନେଇଛନ୍ତି । ବର୍ତ୍ତମାନ ସେ କେଉଁଠି ଅଛନ୍ତି ତାଙ୍କୁ ଖୋଜାଖୋଜି ଚାଲିଛି। ସେ ଜଣେ ରୋଷେୟା ଥିଲେ।

ଗତ ୨ ମାସ ମଧ୍ୟରେ୨ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିଲେ। ଜୁନ୍‌ରେ ଜଣେ ପୁଲିସ୍‌ ଅଧିକାରୀଙ୍କୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିଲେ।

ସେହିପରି ଚଳିତ ମାସରେ ମଧ୍ୟ ଆତଙ୍କବାଦୀମାନେ ଜଣେ ପୁଲିସ୍‌ ଅଧିକାରୀଙ୍କୁ  ଅପହରଣ କରିନେଇଥିଲେ। ବାରମ୍ବାର ଏପରି ଘଟଣା ଏବେ ଜାମ୍ମୁ ଓ କାଶ୍ମୀର ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

 

You might also like