୮୨୩ ବର୍ଷ ପରେ ଏଥର ଆସୁଛି ବିଚିତ୍ର ଫେବୃଆରୀ

ଏଥର ଫେବୃଆରୀ ପୂରା ନିଆରା, ସବୁ ବାର ପଡ଼ିବ ୪ ଥର

ନୂଆଦିଲ୍ଲୀ: ସବୁ ବର୍ଷ ପରି ଏଥର ମଧ୍ୟ ଆସି‍ବ ଫେବୃଆରୀ। ହେଲେ ଏହି ଫେବୃଆରୀ ସବୁ ଫେବୃଆରୀଟଠାରୁ ଟିକେ ନିଆରା ହୋଇ ଆସିବ । ଅନ୍ୟଭାଷାରେ କହିବାକୁ ଗଲେ, ଏଥର ଫେବୃଆରୀ ଏକ ବିଚିତ୍ର ଫେବୃଆରୀ। ୮୨୩ ବର୍ଷ ଭିତରେ ଯାହା ହୋଇ ନ ଥିଲ ଏଥର ତାହା ହୋଇଛି । ଏଥର ଫେବୃଆରୀରେ ସବୁବାର ପଡୁଛି ୪ ଥର। ଯାହାକି ପୂରା ନିଆରା। ଦୀର୍ଘବର୍ଷ ପରେ  ଆସିଛି ଏପରି ଯୋଗ।

୨୦୨୧ ଫେବୃଆରୀ କ୍ୟାଲେଣ୍ଡରରେ ଏମିତି ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳୁଛି। ଏବର୍ଷ ଅଧିବର୍ଷ ପଡୁନି, ହେଲେ ସବୁ ବାର ସମାନ ଥର ପଡୁଛି। ଅର୍ଥାତ ୪ ସପ୍ତାହରେ ହେଉଛି ପୁରା ମାସ। ୨୮ ଦିନରେ ସବୁ ବାର ସମାନ ସମାନ। ମାନେ ରବିବାରଠାରୁ ଶନିବାର ସବୁ ୪ ଥର ଲେଖାଏଁ ପଡୁଛି। ୧ ତାରିଖଟି ସୋମବାର ପଡ଼ୁଥିବା ବେଳେ ୨୮ ତାରିଖ ରବିବାର ସହ ମାସ ସରୁଛି।

ଚଳିତ ବର୍ଷ‌ ଫେବୃଆରୀର ୭, ୧୪, ୨୧ ଏବଂ ୨୮ ରବିବାର ପଡ଼ୁଛି। ସେହିଭଳି ୧, ୮, ୧୫ ଓ ୨୨ ତାରିଖ ସୋମବାର। ମଙ୍ଗଳବାର ତାରିଖ ଗୁଡ଼ିକ ହେଲା ୨, ୯, ୧୬ ଓ ୨୩। ବୁଧବାର ପଡ଼ୁଛି ୩,୧୦,୧୭ ଏବଂ ୨୪। ଗୁରୁବାର ପଡ଼ିବ ୪,୧୧,୧୮ ଓ ୨୫ ତାରିଖ। ଶୁକ୍ରବାରର ତାରିଖଗୁଡିକ ହେଲା ୫,୧୨,୧୯ ଏବଂ ୨୬। ସେହିପରି ଶନିବାରର ତାରିଖ ସବୁ ହେଲା ୬,୧୩,୨୦ ଏବଂ ୨୭।

ସୋସିଆଲ ମିଡିଆରେ ଘୁରୁଥିବା କିଛି ମେସେଜ୍‌ରେ ଆହୁରି ମଜାଦାର ତଥ୍ୟ ମଧ୍ୟ ଆସୁଛି। ଚୀନବାସୀ ବିଶ୍ୱାସ କରୁଥିବା ଫେନସୁଇ ଅନୁସାରେ ଚଳିତ ବର୍ଷର ଫେବୃଆରୀ ମାସଟି ଭାରି ଶୁଭ। କିନ୍ତୁ କାହିଁକି ଶୁଭ ତାହାର କାରଣ ଓ ଯୁକ୍ତି ଅସ୍ପଷ୍ଟ। ତେବେ ଏତିକି ସତ ଯେ, ଫେବୃଆରୀ କ୍ୟାଲେଣ୍ଡରରେ ସବୁ ବାରକୁ ସମାନ ଗୁରୁତ୍ୱ ମିଳିଛି। ଅର୍ଥାତ ସବୁ ୪ ଥର ଲେଖାଁଏ ପଡୁଛି। ତେବେ ଫେବୃଆରୀ ମାସ କାହାକୁ କେତେ ଶୁଭ ଓ କେତେ ଅଶୁଭ ତାହା ମାର୍ଚ୍ଚ ପହିଲାରେ ହିଁ ଜଣାପଡ଼ିବ।

ଏଥର ଫେବୃଆରୀ ମାସର ବାରଗୁଡିକ ଯେମିତି ପଡୁଛି ଏପରି ଯୋଗ କୁଆଡ଼େ ୮୨୩ ବର୍ଷରେ ଥରେ ପଡ଼େ ବୋଲି କୁହାଯାଉଛି। କିନ୍ତୁ ତାହାର କୌଣସି ପ୍ରାମାଣିକ ତଥ୍ୟ କାହା ପାଖରେ ନାହିଁ।

You might also like