କରୋନାରେ ଆକ୍ରାନ୍ତ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ
ମାଦ୍ରିଦ୍: କରୋନା ଆତଙ୍କ ସାରା ବିଶ୍ୱ ଥରହର। କେମିତି ମୁକାବିଲା କରିବେ ତାକୁ ସମସ୍ତେ ନେଇ ଚିନ୍ତିତ। ଇତିମଧ୍ୟରେ ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ମାରିଆ ବେଗୋନା ଗୋମେଜ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।
ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା। ପରୀକ୍ଷା ପରେ ପଜେଟିଭ ରିପୋର୍ଟ ଆସିଛି। ତେବେ ବେଗୋନା ଗୋମେଜ ସୁସ୍ଥ ଥିବା କୁହାଯାଇଛି । କିନ୍ତୁ ତାଙ୍କୁ ଘର ବାହାରକୁ ଆସିବା ଉପରେ ସ୍ପେନ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି ।
କେବଳ ଖାଦ୍ୟ, ମେଡିସନ୍ ପାଇଁ ବାହାରିବାକୁ ଯିବା ଲାଗି ତାଙ୍କୁ ଅନୁମତି ପ୍ରଦାନ କରାଯାଇଛି । ସେପଟେ କରୋନା ଭାଇରସ ଦ୍ୱାରା ଦେଶର ସବୁ ସ୍କୁଲ, କଲେଜ, ଅନୁଷ୍ଠାନ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିଛି । ସୂଚନାଥାଉ କି, ଏବେ ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୫୦ ପହଞ୍ଚିଥିବା ବେଳେ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି