ଦୁଇ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ସମୁଦ୍ରରେ ଓହ୍ଲାଇଲା SpaceX ଡ୍ରାଗନ୍‌

ୱାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ‌ ପକ୍ଷରୁ ମିଳିତ ମହାକାଶ ମିଶନ ସଫଳ ହୋଇଛି।

ଗତକାଲି ଅପରାହ୍ନରେ ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି। ମହାକାଶଚାରୀମାନେ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚ୍ୟୁଟ୍‌ ଦ୍ୱାରା ଓହ୍ଲାଇଥିଲେ। ପ୍ରଥମଥର ପାଇଁ ମହାକାଶଚାରୀମାନେ ଜଳ ପୃଷ୍ଠରେ ଅବତରଣ କରିଥିଲେ। ମହାକାଶଚାରୀମାନେ ଓହ୍ଲାଇବା ପରେ ସେଠାରେ ଥିବା ବୋଟ୍ ସେମାନଙ୍କୁ ଉଦ୍ଧାର କରିଥିଲା।

କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଇଣ୍ଟରନ୍ୟାସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନରେ ୨ମାସ ରହିବା ପରେ ପୃଥିବୀକୁ ଫେରିଥିଲେ। ଶନିବାର ଅପରାହ୍ନରେ ଇଣ୍ଟରନ୍ୟାସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନରୁ ସ୍ପେସ ଏକ୍ସ ମହକାଶଚାରୀମାନେ ଯାତ୍ରା ‌ଆରମ୍ଭ କରିଥିଲେ।

ଆଗାମୀ ଦିନରେ ସ୍ପେସ୍‌ ଏକ୍ସ ଓ ନାସା ପକ୍ଷରୁ ମହକାଶ ମିଶନ ଜାରି ରହିବ ବୋଲି ନାସା ପକ୍ଷରୁ କୁହାଯାଇଛି। ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଥାଉ କି, ଚଳିତ ବର୍ଷ ମେ’ରେ ନାସା ଓ ଘରୋଇ ସ୍ପେସ୍‌ ଏଜେନ୍ସି ସ୍ପେସ୍‌ ଏକ୍ସ ‘ହ୍ୟୁମାନ୍‌ ସ୍ପେସ୍‌ ମିଶନ୍‌’ ଲଞ୍ଚ୍‌ କରିଥିଲେ। ନାସାର fabled Launch Pad 39Aରୁ ନାସାର ଦୁଇ ମହାକାଶଚାରୀ ବେହେଙ୍କେନ୍‌‌ ଏବଂ ଡଗ୍ ହର୍ଲିଙ୍କୁ ନେଇ ମହାକାଶକୁ ଯାତ୍ରା କରିଥିଲା  SpaceX Falcon 9 rocket‌।

You might also like